ବୀରମହାରାଜପୁର (ସୌମିତ୍ରି ମେହେର) :
ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତୃପକ୍ଷ ତରଫରୁ ରେଆର ସୋନପୁର ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ପଞ୍ଚାୟତ ସ୍ତରୀୟ ଦୁର୍ବିପାକ ପରିଚାଳନା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵାମିତ୍ର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଆର କାର୍ଯ୍ୟକ୍ରମ ଅଧିକାରୀ ମିତ୍ରଭାନୁ ମଲ୍ଲିକ ପଞ୍ଚାୟତ ସ୍ତରୀୟ ଦୁର୍ବିପାକ ପରିଚାଳନା କମିଟି ଗଠନ ର ଆବଶ୍ୟକତା ବିଷୟରେ ଉପସ୍ଥାପନା କରିଥିଲେ । ସର୍ବସମ୍ମତି କ୍ରମେ ପଂଚାୟତ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଏଥିରେ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ , ଶିକ୍ଷା , ମହିଳା ଓ ଶିଶୁ ବିଭାଗ , ରାଜସ୍ବ , ପ୍ରାଣୀଧନ , କୃଷି , ମିଶନ ଶକ୍ତି , ସ୍ୱଚ୍ଛ ଭାରତ ମିଶନ କର୍ମଚାରୀ ଏବଂ ପଂଚାୟତରାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଶେଷରେ ସୁଦାମ ଗାଇଗରିଆ ଧନ୍ୟବାଦ ଦେଇଥିଲେ!
କମିରl ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଦୁର୍ବିପାକ ପରିଚାଳନା ସଚେତନତା କାର୍ଯ୍ୟକ୍ରମ
