ହରଦା: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମଗରଧା ରୋଡରେ ସ୍ଥିତ ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି । ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଅନେକ କିଲୋମିଟର ଯାଏ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଘଟଣାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।
VIDEO | Blast at a firecracker factory in Harda, Madhya Pradesh. More details are awaited. pic.twitter.com/MtdLjUFrQJ
— Press Trust of India (@PTI_News) February 6, 2024
ସୂଚନା ଅନୁଯାୟୀ, ଆତସବାଜି ପାଇଁ ଫ୍ୟାକ୍ଟ୍ରିରେ ବାଣ ରଖା ଯାଇଥିଲା । ହେଲେ କୌଣସି କାରଣରୁ ସେଥିରେ ନିଆଁ ଲାଗିବାରୁ ଭୟାନକ ବିସ୍ଫୋରଣ ଘଟିଥିଲା । ନିଆଁ ହୁଳା ଉଠୁଥିବା ଦେଖି ଲୋକେ ଭୟଭୀତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି କରିଛନ୍ତି । ଫ୍ୟାକ୍ଟ୍ରି ଭିତରେ ଅନେକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି, ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାରେ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ପ୍ରଶାସନ ସତର୍କତା ଦୃଷ୍ଟିରୁ ୧୦୦ରୁ ଅଧିକ ଘର ଖାଲି କରି ଦେଇଛନ୍ତି । ବିସ୍ଫୋରଣ କାରଣରୁ ଆଖପାଖର ୬୦ ଘର ଖାଲି କରି ଦିଆଯାଇଛି । ତେବେ ଫ୍ୟାକ୍ଟ୍ରିରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କାରଣ ସ୍ପଷ୍ଟ ଜଣା ପଡିନି । ଘଟଣାସ୍ଥଳରେ ପ୍ରଶାସନର ବରିଷ୍ଠ ଅଧିକାରୀ ପହଂଚିଛନ୍ତି ।