କର୍ତ୍ତବ୍ୟପଥ ପ୍ୟାରେଡରେ ଯୋଗଦାନ କରିଥିବା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ସମ୍ବଲପୁର: ରାଜଧାନୀ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କର୍ତ୍ତବ୍ୟପଥ ପ୍ୟାରେଡ ରେ ଯୋଗଦାନ କରି ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁରର ନବମ ଶ୍ରେଣୀ ଛାତ୍ରୀ ଏନସିସି କ୍ୟାଡେଟ୍ ପ୍ରିୟମ୍ବଦା ପାଣି ନିଜର କୃତିତ୍ଵ ପ୍ରଦର୍ଶନ କରିଛନ୍ତି I ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଭାଗ ନେଇ କୃତିତ୍ବର ସହିତ ସମ୍ବଲପୁର ଆସିବା ପରେ ଆଜି ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ସମ୍ବଲପୁର ପକ୍ଷରୁ ଛାତ୍ରୀ ପ୍ରିୟମ୍ବଦା ପାଣି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ବିଦ୍ୟାଳୟର ଅଧ୍ଯକ୍ଷ ରଣ ରଞ୍ଜୟ ସିଂ ଛାତ୍ରୀ ପ୍ରିୟମ୍ବଦାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ଏନସିସି ଏଏନଓ ଶିକ୍ଷକ ସନ୍ତୋଷ କୁମାର କିସାନ, ବିର୍ମଲ ନାଗ, ପ୍ରମୋଦ କୁମାର ସାହୁ, ସୁଧାଂଶୁ ନାୟକ, ପ୍ରିୟମ୍ବଦାଙ୍କ ପିତା ବିଜୟ କୁମାର ପାଣି ମାତା ଝରଣା ପାଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I