Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳ ଛାଡିଲେ ପ୍ରେମାନନ୍ଦ: ବିଜେଡିକୁ ବାଏ ବାଏ

ଭୁବନେଶ୍ବର:ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ। ଆଜିଠୁ ବିଜେଡିକୁ ସେ ବାଏ ବାଏ କରିଛନ୍ତି।ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ସେମିତି ପାଣିପାଗ ବଦଳିବାରେ ଲାଗିଛି।ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଆଜି ସେ ଇସ୍ତଫା ଦେଇଛନ୍ତି।୨୦୦୯ରେ ପ୍ରଥମ ଥର ତେଲକୋଇରୁ ବିଧାୟକ ହୋଇଥିଲେ।୨୦୧୯ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଦ୍ୱିତୀୟ ଥର ବିଧାୟକ ହେବା ପରେ ମନ୍ତ୍ରୀପଦ ମିଳିଥିଲା।କିନ୍ତୁ ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳବଦଳରେ ମନ୍ତ୍ରୀପଦରୁ ବାଦ୍‌ ପଡ଼ିଥିଲେ । ଏହା ପରଠୁ ପ୍ରେମନନ୍ଦକୁ ଦଳ ପ୍ରାୟ ଅଣ ଦେଖା କରୁଥିବା ସେ ଅନୁଭବ କରି ଶେଷ ନିଷ୍ପତ୍ତି ନେଇ ଆଜିସେ ବିଜେଡିକୁ ବାଏ ବାଏ କରିଥିଲେ ମଧ୍ୟ ଆଗାମୀ ଦିନରେ କଣ ନିଷ୍ପତ୍ତି ନେବେ କୌଣସି ସୂଚନା ନଦେଇ ସିଧାସଳଖ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଆଗାମୀ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡିକୁ ପ୍ରେମାନନ୍ଦଙ୍କ ଇସ୍ତଫା ଏକ ଶକ୍ତ ଧକ୍କା ସହିତ ଗ୍ରହଣ କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ