Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିଦର୍ଶନ କରୁନାହାନ୍ତି ସୁପର ଭାଇଜର,ବନ୍ଦ୍ ରହୁଚି ଅଙ୍ଗନବାଡ଼ି କେନ୍ଦ୍ର

ଲକ୍ଷ୍ମୀପୁର ୧୦/୦୨ ସମ୍ମନିତ ଶିଶୁଵିକାଶ ଯୋଜନା ର ସୁପରଭାଇଜର ମାନେ ପରିଦର୍ଶନ କରୁନାହାନ୍ତି ଅଙ୍ଗନବାଡ଼ି କେନ୍ଦ୍ର, ଯାଫଳରେ ଅନେକ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥାଉଛି । ଅଧିକାଂଶ କେନ୍ଦ୍ର ନିର୍ଦ୍ଧାରିତ ସମୟରେ ଖୋଲୁ ନାହିଁ କି ସମୟ ଅନୁଯାୟୀ ବନ୍ଦ କରାଯାଉନାହିଁ, ଗାଁ ର ପିଲା ମାନେ ଗାଁ ରେ ଖେଳିବୁଲୁ ଛନ୍ତି।ଏଇ ଘଟଣା କେବଳ ବ୍ଲକ ର ଗୋଟିଏ କି ଦୁଇଟି ପଞ୍ଚା ୟତ ର ଘଟଣା ନୁହଁ ବରଂ ବ୍ଲକ ର ଅଧିକାଂଶ ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳୁଛି।ଗତକାଲି ଲକ୍ଷ୍ମୀପୁର ବ୍ଲକ୍ ଭିତର ଗଡ ପଞ୍ଚାୟତର ଜାନୀଗୁଡ଼ା କେନ୍ଦ୍ର ଠାରେ ଏପରି ଦେଖିବାକୁ ମିଳିଛି।ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ୍ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।କେନ୍ଦ୍ରରେ ଥିବା ପାଚିକା ଜଣକ ସମ୍ଭାଳୁଛନ୍ତି କେନ୍ଦ୍ର।ଉକ୍ତ କେନ୍ଦ୍ର ଗତକାଲି ଆମେ ଗସ୍ତ କରିବା ସମୟରେ କେନ୍ଦ୍ରରେ ଝୁଲୁଥିଲା ତାଲା ଗାଁ ର ପିଲା ଗାଁ ଦାଣ୍ଡରେ ଖେଳୁଥିଲେ।ଏନେଇ ଆମେ ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟଙ୍କୁ ଫୋନ୍ କରି ଜଣାଇବାର ଅଧଘଣ୍ଟା ପରେ କେନ୍ଦ୍ର ଦାୟିତ୍ୱରେ ଥିବା ପାଚିକା ଆସି ପହଞ୍ଚିଥିଲେ।ଅଙ୍ଗନବାଡି କର୍ମୀ କୁଆଡେ ଝାଡା ବାନ୍ତିରେ ଆକ୍ରାନ୍ତ ଥିବାରୁ କେନ୍ଦ୍ରକୁ ଆସି ପାରିନଥିଲେ ବୋଲି ସଫେଇ ଦେଇଥିଲେ।କିନ୍ତୁ ଅଧଘଣ୍ଟା ପରେ ତରବରିଆ ଭାବେ ଅଙ୍ଗନବାଡି କର୍ମୀ ଆସିଯାଇଥିଲେ।ଦାୟିତ୍ୱ ରେ ଥିବା ସୁପର ଭାଇଜର ଉର୍ମିଳା ମିଶ୍ର କେନ୍ଦ୍ର ପରିଦର୍ଶନରେ ଆସିଥିବା ସେମାନେ କେବେ ଦେଖି ନାହାନ୍ତି ବୋଲି ଗ୍ରାମର କୃଷ୍ଣ ଭୋଇ,ଭୀମ ଭୋଇ,ଡମ୍ବରୁ ଜାନୀ,ନୀଳାମ୍ବର ଜାନୀ,କ୍ରୀଷ୍ଣା ମୁଦୁଲି
ପିତାମ୍ବର ଜାନୀ,ଥବିର ଜାନୀ,ଦୂର୍ଯ୍ୟ ଜାନୀ କହିଛନ୍ତି। କେବଳ ସେତିକି ନୁହଁ ଅଭିଯୋଗ କଲେ କୁଆଡେ ଗାଁ ଲୋକ ଙ୍କ ନାଁରେ ଥାନା ରେ ଓଲଟା ଅଭିଯୋଗ କରିଦେବେ ବୋଲି ଧମକ ମିଳୁଥିବା ଗ୍ରାମବାସୀ କହିଛନ୍ତି,ଯଦି ସୁପର ଭାଇଜର ମାନେ ପ୍ରତ୍ୟେକ ସପ୍ତାହରେ କେନ୍ଦ୍ର ଗୁଡିକ ପରିଦର୍ଶନ କରନ୍ତେ ତେବେ କୌଣସି ଅଙ୍ଗନବାଡ଼ି କର୍ମୀ କାର୍ଯ୍ୟରେ ଅବହେଳା କରିବାକୁ ସାହସ କରି ପାରନ୍ତେ ନାହିଁ ବୋଲି ଲୋକେ କହିଛନ୍ତି ।ବ୍ଲକ ର କିଛି ସୁପରଭାଇଜର ଅଙ୍ଗନବାଡି କର୍ମୀ ମାନଙ୍କ ଆକାଉଣ୍ଟ କୁ ଆସୁଥିବା ବିଭିନ୍ନ ଯୋଜନା ର ଟଙ୍କା ଉଠାଇ ସୁପରଭାଇଜର ମାନଙ୍କୁ ଦେବାକୁ ବାଧ୍ୟ କରୁଛନ୍ତି, ପରେ ପ୍ରତ୍ୟକ ସାମଗ୍ରୀ କିଣି ବଣ୍ଟନ କରି ମୁନାଫା ନେଉଥିବା କାରଣରୁ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଗିଦ କରିପାରୁନାହାନ୍ତି ସୁପରଭାଇଜର ମାନେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ବ୍ଲକ୍ ପ୍ରଶାସନ ଓ ସିଡିପିଓ ଏଥିପ୍ରତି ନଜର ନଦେଲେ କିଛି ଅଙ୍ଗନବାଡି କେନ୍ଦ୍ର ଏପରି ମନଇଛା ଖୋଲିବେ ବୋଲି ଲୋକେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ