Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୀଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ୍ ରହିବା ଘଟଣା…. ସୁପରଭାଇଜର ଓ କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ….ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୧୧/୦୨
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଭିତର ଗଡ ପଞ୍ଚାୟତ ଅନ୍ତର୍ଗତ ଜାନୀଗୁଡା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ୍ ହେବା ଓ କେନ୍ଦ୍ର କୁ ନଯାଇ ଗାଁ ରେ ବୁଲୁଛନ୍ତି କୁନି କୁନି ପିଲା ଖବର ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ଘଟଣା କୁ ନେଇ ବ୍ଲକ୍ ପ୍ରଶାସନ ଆକ୍ସନ ମୁଡକୁ ଆସିଛି।ଏନେଇ କେନ୍ଦ୍ର ଦାୟିତ୍ୱରେ ଥିବା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଙ୍କୁ ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର୍ ଭୋଇ ସିଡିପିଓ ଙ୍କ ଜରିଆରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।କାରଣ ଦର୍ଶାଅ ନୋଟିସ ରେ ସନ୍ତୁଷ୍ଟ ଉତ୍ତର ନମିଳିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଯୁକ୍ତ ଭୋଇ କହିଛନ୍ତି।ଅନ୍ୟ ପକ୍ଷରେ ଅଙ୍ଗନବାଡି କେନ୍ଦ୍ର ନିୟମିତ ଠିକ ସମୟରେ ଖୋଲାଯିବା ଓ ବନ୍ଦ କରାଯିବା କେବଳ ଏହି ଗୋଟିଏ କେନ୍ଦ୍ର ନୁହେଁ ବରଂ ବ୍ଲକ ର ଅନେକ କେନ୍ଦ୍ର ଏପରି ଅବ୍ୟବସ୍ତା ମଧ୍ୟରେ ଅସମୟରେ ଖୋଲା ଓ ବନ୍ଦ ହୋଇଯାଇଥାଏ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ