Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୂର ହେଲା ଦ୍ୱନ୍ଦ୍ୱ, ଏପ୍ରିଲ ୧୪ରେ ପାଳନ ହେବ ପଣା ସଂକ୍ରାନ୍ତି

ପୁରୀ: ପଣା ସଂକ୍ରାନ୍ତି କେବେ ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଏ ନେଇ ଆଜି ସମୀକ୍ଷା ବୈଠକ ବସିଥିଲା ।

ସୁଚନା ଅନୁଯାୟୀ, ବଜାରରେ ମିଳୁଥିବା କିଛି ପାଞ୍ଜିରେ ଏପ୍ରିଲ ୧୩ ତାରିଖ ପଣା ସଂକ୍ରାନ୍ତି ଉଲ୍ଲେଖ ରହିଥିଲା । ହେଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସୀକୃତି ରାଧାରମଣ ପଞ୍ଜିକା ଏବଂ ଆଉ କିଛି ଗଣନାକାରୀ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଦେଇଥିଲେ । ଏହାକୁ ନେଇ ଲୋକେ ବିଭ୍ରାନ୍ତି ହେଉଥିଲେ । ଦ୍ୱନ୍ଦ୍ୱ ଦୂର ପାଇଁ ପୂର୍ବରୁ ପୁରୀରେ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଏକ ବୈଠକ ବସିଥିଲା । ସେହି ବୈଠକରେ ପାଞ୍ଜି ଦ୍ୱନ୍ଦ୍ୱ ଦୂର ହୋଇ ପାରି ନ ଥିଲା ।

ଶେଷରେ ସୋମବାର ପୁଣି ଥରେ ପଞ୍ଜିକା ବୈଠକ ବସିଥିଲା । ଆଉ ବୈଠକରେ ପଣା ସଂକ୍ରାନ୍ତି ପାଳନ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଆଉ ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବ । ତା ସହ ଚଳିତ ବର୍ଷ ଠାକୁରଙ୍କ ୧୩ ଦିନିଆ ଅଣସର ସହ ପଂଚୁକ ୫ ଦିନ ବଦଳରେ ୪ ଦିନ ମଧ୍ୟ ପଡୁଛି । ଏଥିସହ କାର୍ତିକ ପଂଚୁକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ଦଇତାପତି ସେବକ କହିଛନ୍ତି ।