Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାସ୍ତା ନିର୍ମାଣରେ ବିଳମ୍ଭ ଯୋଗୁଁ ରାସ୍ତାରୋକ କଲେ ଗ୍ରାମବାସୀ

ଜମନକିରା : ଦୀର୍ଘ ବର୍ଷ ହେବ ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତ ରୁ କ୍ରୀମାଲୋଇ ରୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିବାରୁ ଖଇରଡ଼ିହି, କ୍ରୀମାଲୋଇ, ବନ୍ଧମାଳ, ରାଙ୍କୀବାହାଲ ଏବଂ ବାଦୀବାହାଲ ଗ୍ରାମବାସୀ ବହୁତ ଅସୁବିଧାର ସମ୍ବୁଖୀନ ହେଉଥିଲେ ବହୁବାର ଲିଖିତ ଅଭିଯୋଗ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ରାସ୍ତା ତିଆରି ପାଇଁ ଟେଣ୍ଡର ହୋଇଥିଲା। ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଜୈନେକ ଠିକାଦାର ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ନକରିବାରୁ ଆଜି ରାଙ୍କୀବାହାଲ ଗ୍ରାମବାସୀ ନିଜ ଗାଁରେ ସକାଳ ୭ଟା ରୁ ରାସ୍ତା ଅବରୋଧ କରିଥିଲେ। ଫଳରେ ଆଜି ଟିକିବା ଗ୍ରାମ ପଂଚାୟତରେ ହେଉଥିବା ଆମ ଓଡିଶା ନବୀନ ଓଡିଶା ପିଠା କାର୍ଯ୍ୟକ୍ରମ କୁ ପଞ୍ଚାୟତ ର ବିଭିନ୍ନ ଗାଁରୁ ଉକ୍ତ କାର୍ଯ୍ୟକ୍ରମରେ ଲୋକେ ସାମିଲ ହୋଇ ପାରିନଥିଲେ। ଖବର ପାଇ ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା, ସମିତି ସଭ୍ୟ ସ୍ନିଗ୍ଧା ପଟେଲ, ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁ ଏବଂ ଜମନକିରା ତହସିଲଦାର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଗ୍ରାମବାସୀ କେବେ ଠୁ ରାସ୍ତା କାମ ଆରମ୍ଭ ହେବ ତାହାର ସଠିକ ପ୍ରତିଶୃତି ନଦେଲେ ରାସ୍ତାରୁ ଉଠିବେନି ବୋଲି ରୋକ ଠୋକ ମନା କରିଥିଲେ। ଫଳରେ ଥାନା ଅଧିକାରୀ ଶ୍ରୀମତୀ ସାହୁ ଜୈନିକ ଠିକାଦାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିବା ବେଳେ ଠିକାଦାର ୧୦ଦିନ ମଧ୍ୟରେ କାମ ଆରମ୍ଭ ହୋଇଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣାରତ ଗ୍ରାମବାସୀ ରାସ୍ତାରୁ ଉଠିଥିଲେ। ମାତ୍ର ୧୦ଦିନ ମଧ୍ୟରେ କାମ ଆରମ୍ଭ ନକଲେ ପୁଣି ରାସ୍ତା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ସମୟ ପ୍ରାୟ ଅପରାହ୍ନ ୧ଟାରେ ରାସ୍ତା ଛାଡିବାରୁ ପଂଚାୟତରେ ହେଉଥିବା ପିଠା କାର୍ଯ୍ୟକ୍ରମ ସାମୟିକା ଭାବେ ଆରମ୍ଭ ହୋଇଥିଲା।