Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳିଙ୍କୁ ସରକାରଙ୍କ ବଡ ଉପହାର, ୫୦ ପ୍ରତିଶତ ବଢିଲା ବୋନସ

ଭୁୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ଐତିହାସିକ ଘୋଷଣା କରାଯାଇଛି । ଏଣିକି କେନ୍ଦୁପତ୍ର ତୋଳାଳିଙ୍କୁ ୫୦ ପ୍ରତିଶତ ବୋନସ ମିଳିବ । ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତିକେୟନ ପାଣ୍ଡିଆନ କହିଛନ୍ତି, କେନ୍ଦୁ ପତ୍ର ତୋଳାଳିଙ୍କ ରାଜସ୍ୱ ଆଦାୟ ବା ସେଥିରୁ ଲାଭ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ ବରଂ କେନ୍ଦୁପତ୍ରକୁ ନିଜର ଜୀବନ ଜୀବିକା କରିଥିବା ଲୋକଙ୍କ କଲ୍ୟାଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ।

ପାଣ୍ଡିଆନ କହିଛନ୍ତି, ପୂର୍ବରୁ ସରକାରମାନେ କେନ୍ଦୁପତ୍ରକୁ ମିଳୁଥିବା ଲାଭକୁ ସରକାରଙ୍କ ରାଜସ୍ୱ ଭାବି ଯୋଜନା କରୁଥିଲେ । ନିର୍ବାଚନ ଆସିଲେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଖାଲି ପ୍ରତିଶ୍ରୁତି ଦେଉଥିଲେ ସିନା କାର୍ଯ୍ୟକାରୀ କରୁ ନ ଥିଲେ । ମାତ୍ର ନବୀନ ସରକାର କେନ୍ଦୁପତ୍ରକୁ କେବେ ବି ଲାଭ ବୋଲି ଭାବି ନାହାନ୍ତି । କେନ୍ଦୁପତ୍ରରୁ ଯେତିକି ଲାଭ ମିଳୁଛି ତାଠୁ ବହୁ ଗୁଣ ଅଧିକ ଅର୍ଥ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ କଲ୍ୟାଣ ଲାଗି ବଜେଟରେ ବରାଦ କରାଯାଉଛି ।

ସେ କହିଛନ୍ତି, ରାଜସ୍ୱ ଗରିବ ଜନସାଧାରଣଙ୍କ ନିକଟରେ ପହଂଚାଇବାର ଅଛି । ସେମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ଜଙ୍ଗଲକୁ ଯାଇ ଖଟି, ପରିଶ୍ରମ କରୁଥିବା କେନ୍ଦୁପତ୍ର ତୋଳାଳିଙ୍କୁ ସମସ୍ତ ଲାଭ ମିଳିବ । କେନ୍ଦୁପତ୍ର ତୋଳାଳି ୨୦୧୩-୧୪ ଆର୍ଥିକ ବର୍ଷରୁ ବୋନଓ ପାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ଯତ୍ନ ନେଇ ଆସିଛନ୍ତି । ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି ବେଶି କାମ କରନ୍ତି ।