ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ର ମଙ୍ଗଳବାର ଥିଲା ୪ର୍ଥ ଦିବସ । ବହୁ ଦୂରଦୂରାନ୍ତରୁ ଆସି ଦର୍ଶକ ତଥା ଶ୍ରଦ୍ଧାଳୁଙ୍କ ସମାଗମ ଦେଖା ଯାଇଥିଲା I ଏ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର ସଭାପତିତ୍ବ କରିଥିଲେ l ମୁଖ୍ୟଅତିଥି ଭାବରେ ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ , ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ । ପ୍ରବଚକ ଚାରଣ ଅରୁଣ କୁମାର ପୁହାଣ ଓ ହରିହର ଶାସ୍ତ୍ରୀୟ ସଂଗୀତ ବିଦ୍ୟାଳୟ ଗଞ୍ଜାମ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସଭାରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ । ୫୬ ପ୍ରହରୀ ନାମଯଜ୍ଞ , ଘୃତ ଯଜ୍ଞ , ଭାଗବତ ସପ୍ତାହ ପାରାୟଣ , ପ୍ରବଚନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଅଛି । ଏଥିରେ ଜଗଦିଶ କର୍ଣ୍ଣ , ମହାଦେବ ସାହୁ , ଜାନକୀରାମ ଦେହେରୀ , ସତ୍ୟଜିତ ଗଡୁଆ ବୀରମିତ୍ର ପଧାନ , ହୁଁକାରୁ ଗଡୁଆ ଆଦି ସହଯୋଗ କରିଥିଲେ ।
ପାତାଳୀ ମହୋତ୍ସବ ର ଚତୁର୍ଥ ଦିବସରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ
