Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ୟ ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗ:ଚିକଣେଇ ହେଉଛି ବିଜେଡି

ସମ୍ବଲପୁର: ରାଜ୍ୟସଭା ୩ୟ ପ୍ରାର୍ଥୀ ନେଇ ବିଜେଡି ପାଖରୁ ଯାହା ଆଶା କରାଯାଉଥିଲା ଶେଷରେ ତାହାହିଁ ହେଲା।ଦେବାଶିଷ ସାମନ୍ତରାୟ ଓ ଦେବାଶିଷ ଖୁଣ୍ଟିଆଙ୍କ ନାମ ରାଜ୍ୟସଭା ପାଇଁ ବିଜେଡି ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀ ନେଇ ନିଜର ମୌନବ୍ରତ ଯୋଗୁଁ ବିଜେଡିର ଭିତିରି ଫନ୍ଦିଫିକର ଧରା ପଡିଯାଇଥିଲା। ରାଜନୈତିକ ବିଶେଷଜ୍ଞ ମାନେ ବିଜେପି ବିଜେଡିର ଭିତିରି ଘଟବନ୍ଧନରେ ଅଶ୍ୱୀନି ବୈଷ୍ଣବ ପୁଣି ଏଣ୍ଟ୍ରି ମାରିବା ନେଇ ଆଗୁଆ ସୂଚନା ଦେଇ ସାରିଥିଲେ । ଆଜି ତାହାବି ଦେଖିବାକୁ ମିଳିଛି।ସିଧାସଲଖ କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବଙ୍କୁ ଗତ ଥର ପରି ସମର୍ଥନ ଘୋଷଣା ନକରି ଟିକେ ବୁଲେଇ ବଙ୍କେଇ ନିଜର ଚିକଣିଆ ଗୁଣ ଦେଖାଇ ଏକ ପ୍ରେସବିଜ୍ଞପ୍ତିରେ ବିଜେଡି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱୀନି ବୈଷ୍ଣବଙ୍କୁ ନିଜର ସମର୍ଥନ ଦେଇଥିବା ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ଓଡିଶାରେ ରେଲ ଓ ଟେଲିକମ ବିଭାଗର ସକରାତ୍ମକ ମନୋଭାବ ଯୋଗୁଁ ବିଜେଡି ରେଲମନ୍ତ୍ରୀଙ୍କୁ ସମର୍ଥନ ଦେବା ନେଇ ଏହି ବିଜ୍ଞପ୍ତିରେ କହିଛି। ଅସଲ କଥା ହେଲା ବିଜେପି ଓ ବିଜେଡି ମଧ୍ୟରେ ଆଭ୍ୟନ୍ତର ସଂପର୍କ ଭଲ ଓ ଉପରକୁ ତଲିଆ ତୋଷାମଦିଆ ନେତାଙ୍କ ମଧ୍ୟରେ ପରଷ୍ପରକୁ ନେଇ ଦୋଷାରୋପ ଓ ପ୍ରତ୍ୟାରୋପ ଚାଲିଥିଲେବି ଭିତିରିଆ ଭାବେ ଉପର ମହଳରେ ଗଠ ବନ୍ଧନ ସରିଥିବା ନେଇ ଏ ବିଜ୍ଞପ୍ତି ଅସଲ ଇସାରା ଦେଉଛି । ଏପରିକି ସଂଖ୍ୟା ଗରିଷ୍ଟ ଭିତରେ ବିଜେଡି ବିଧାନ ସଭା ଆସନରେ କେତେ ସିଟରେ ବିଜୟ ହେବ ତାହା ବଡ କଥା ନୁହେଁ,ବରଂ ବିଜେଡି ଯେତେବି ଆସନରେ ବିଜୟୀ ହେଉ ବିଜେପି ତାର ଏଜେଣ୍ଡାକୁ ଓଡିଶାରେ କାର୍ଯ୍ୟକାରୀ କରାଇବାକୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନିଜର ସମସ୍ତ କୌଶଳ ପ୍ରୟୋଗ କରିବ। କିନ୍ତୁ ବିଜେପି ଏକାକି ସଂଖ୍ୟା ଗରିଷ୍ଠ ଆସନରେ ବିଜୟୀ ହେଲେ ଏହି ଗଣିତ ସବୁ ବଦଳି ଯିବ।ଉପରକୁ ବିଜେଡି ଯେତେ ଆଣ୍ଟି ବିଜେପି ଓଡିଶା ନାଁରେ କୁତ୍ସାରଟନା କଲେ ମଧ୍ୟ ନିଜକୁ ବଞ୍ଚାଇ ରଖିବାକୁ ଯାଇ ବିଜେପି କୋଳ ନଧରିଲେ ନିଜକୁ ବଞ୍ଚାଇ ରଖିବାବି ସେତେଟା ସହଜ ନୁହେଁ। କଂଗ୍ରେସକୁ କୋଣଠେସା କରିବାକୁ ହେଲେ ଓଡିଶାରେ ବିଜେପି ବିଜେଡି ଭିତିରି ଅଭିସନ୍ଧିର ଖେଳ ସମସ୍ତେ ଯେ ବୁଝି ପାରିବେ ଏମିତି କିଛି ମାନେ ନାହିଁ । ବିଜେପି ତାର ଏଜେଣ୍ଡାକୁ ବ୍ୟାପକ କରିବା ପାଇଁ ବିହାର ଘଟଣା କେବଳ ଓଡିଶାରେ ନୁହେଁ ବରଂ ପୁର୍ବାଞ୍ଚଳରେ ବହୁ ଖେଳ ଖେଳିବ ଏଥିରେ କେହି ଆଶ୍ଚର୍ଯ୍ୟ ହେବାର ମଧ୍ୟ ନାହିଁ । ସମୟ କହିବ କଥା କୁହା ବାହାସ୍ଫୋଟର ବିଜୟ ହେଉଛି ନାଁ ସହିବା ଗୁଣ ନିଜର କରାମତି ଦେଖାଉଛି ? କେବଳ ଲୋକେ ବୁଝିବାକୁ ଏହା ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ