Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାଜପା ମିଶ୍ରଣ ପର୍ବରେ ବହୁ ବିଜେଡି କର୍ମୀଙ୍କ ଯୋଗଦାନ

ଜମନକିରା : ଜମନକିରା ଭାଜପା ମଣ୍ଡଳ ସ୍ତରୀୟ ମିଶ୍ରଣ ପର୍ବରେ ବହୁ ବିଜେଡି କର୍ମୀଙ୍କ ଆଜି ଯୋଗଦାନ କରିଛନ୍ତି। ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ବିଧାୟକ କୁଚିଣ୍ଡା ରବିନାରାୟଣ ନାଏକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କସଡ଼ାର ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ପରଦେଶୀ କିସାନ, ଅବସର ପ୍ରାପ୍ତ କୃଷି ଅଧିକାରୀ ସନାତନ ଖିଚିଡି, ବିଜୁ ଯୁବ ବାହିନୀର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ନେଇ ମଣ୍ଡଳ ସଭାପତି ଅମୋଘ ବୈରି ଗଞ୍ଜନ ପାଣିଗ୍ରାହୀ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଏମାନଙ୍କ ଯୋଗଦାନ ପରେ ଜମନକିରା ମଣ୍ଡଳ ସଂଗଠନକୁ ଆହୁରି ମଜବୁତ କରିଥିବାରୁ ମଣ୍ଡଳ ସଭାପତି ଶ୍ରୀ ପାଣିଗ୍ରାହୀ ଯୋଗଦାନ କରିଥିବା କର୍ମୀଙ୍କ ସ୍ବାଗତ ଏବଂ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବ ବେଳେ କୁଚିଣ୍ଡା ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ଓଡିଶା ଶ୍ରୀ ନାଏକଙ୍କ ସମେତ ବୀରେନ୍ଦ୍ର ଚୌଧୁରୀ ଜିଲ୍ଲା ଉପ ସଭାପତି ସମ୍ବଲପୁର, ସୁନୀଲ ମୁଦୁଲି ସାଂସଦ ପ୍ରତିନିଧି, ଲୋକେଶ ଚୌଧୁରୀ ପଚାୟତ ସଭାପତି କସଡ଼ା, ରାଜୀବ ନାୟକ ମଣ୍ଡଳ ଉପସଭାପତି, ଶ୍ରୀକାନ୍ତ ପଟେଲ, ପୂର୍ବତନ ବ୍ଲକ ସଭାପତି ଜମନକିରା, ମିତ୍ରଭାନୁ ପଟେଲ, ଵୀରକିଶୋର କାଲୋ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱାଗତ ଅଭିନନ୍ଦନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।