Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଚାଲିଥିବା 19 ତମ ପାତାଳୀ ମହୋତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତଳୀ ଶ୍ରୀକ୍ଷେତ୍ର ରେ ହେଉଥିବା ୧୯ ତମ ପାତଳୀ ମହୋତ୍ସବ ର ଶୁକ୍ରବାର ଥିଲା ଶେଷ ଦିବସ ସାଙ୍ଗକୁ ଉଦଯାପନୀ ସଭା । ଏହି ଅବସରରେ ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ
ଆନ୍ତର୍ଜାତୀୟ ଯାଦୁଗର ଉଦ୍ଧବ ପଧାନ ମ୍ୟାଜିକ ପରିବେଷଣ କରିଥିଲେ । ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାବା ବାଲୁଙ୍କେଶ୍ୱର ଭଜନ ସଂଧ୍ୟା ଭୁବନେଶ୍ଵର ର ସୁଧାଂଶୁ ଶେଖର ମହାପାତ୍ର ଓ ସାଥୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ I ଏଠାରେ ସାତ ଦିନ ଧରି ଚାଲୁଥିବା 56 ପ୍ରହର ନାମଯଜ୍ଞ ଶନିବାର ପୂର୍ଣ୍ଣାହୁତି ହେବ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ