Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର  ର ୨୫ ବର୍ଷ ପୂର୍ତ୍ତି….ବିଦ୍ୟାଳୟ ପରିସରରେ ରଜତ ଜୟନ୍ତୀ ଉତ୍ସବ ପାଳିତ

ଲକ୍ଷ୍ମୀପୁର ୧୮/୦୨.. ଲକ୍ଷ୍ମୀପୁର ସରସ୍ବତୀ ଶିଶୁ  ବିଦ୍ୟା ମନ୍ଦିର ର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି  ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।  ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଗୁରେଶ୍ୱର ଭୋଇ , ସମ୍ମାନିତ ଅତିଥି ଭାବରେ ତହସିଲଦାର  ନୈବେଦ୍ୟ କୁମାର ଭୋଇ,ସାଂସଦ ପ୍ରତିନିଧି ପବିତ୍ର ସାଉଁତା ଓ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ର ପ୍ରଭାତ କୁମାର ମହାପାତ୍ର ଯୋଗଦେଇଥିଲେ।ପ୍ରଥମ ଦିନରେ ଅତିଥିମାନେ ପ୍ରକାଶ କରିଥିଲେ କି  ଏହି ଶିଶୁମନ୍ଦିର ରେ  ଏହି ଅଂଚଳ ର ଛାତ୍ରଛାତ୍ରୀ ମାନେ ପାଠ ପଢି ଅନେକ ସମାଜ ର ବିଭିନ୍ନ ପ୍ରକାର ଚାକିରି କରିବା ସହ ଭଲ ମଣିଷ ହୋଇପାରିଛନ୍ତି, ଶିକ୍ଷା ର ବିକାଶ ସକାଶେ ଶିକ୍ଷା ର ମନ୍ଦିର ରେ ସମସ୍ତଙ୍କୁ ସମାନ ନଜରରେ ରଖାଯିବା ବିଦ୍ୟାଳୟ କର୍ମଚାରୀ ଙ୍କ ନୈତିକ କର୍ତ୍ତବ୍ୟ ବୋଲି କୁହାଯାଇଥିଲା। ବିଦ୍ୟାମନ୍ଦିର ର ଅବଦାନ ସକାଶେ କିଛି ବ୍ୟକ୍ତି ବିଶେଷ ଙ୍କୁ ସନମାନୀତ କରାଯାଇଥିଲା ଦ୍ଵିତୀୟ  ଦିବସ ରେ ପରିଚାଳନା ସଭାପତି ଭି. ନାଗାରଜୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର କୁଲେଶିକା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ  ଝିନ ହିକକା,  ମୁଖ୍ୟ ବକ୍ତା ଭାବେ  ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉଭୟ ଦିନରେ  ସମ୍ପାଦକ  ଏକଲବ୍ୟ ଚୌଧୁରୀ, ପ୍ରଧାନ ଆଚାର୍ଯ୍ୟ  ସରୋଜ କୁମାର ପାଣିଗ୍ରାହୀ ଙ୍କ ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ,  ଗୁରୁଜୀ ଗୁରୁମା, ପୂର୍ବତନ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ପୂର୍ବ ତନ ଆଚାର୍ଯ୍ୟ ଆଚାର୍ଯ୍ୟା , ମଉସା ମାଉସୀ,ପୂର୍ବ ଛାତ୍ର ଛାତ୍ରୀ , ଅବିଭାବକ ଅଭିଭାବିକା ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିବା ବେଳେ ପରିଚାଳନା କମିଟି ତରଫରୁ ସେମାନଙ୍କୁ ସାଲ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ବେଳେ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ଙ୍କୁ କେବଳ ଟ୍ରଫି ଟିଏ ଲେଖାଏଁ ପ୍ରଦାନ କରାଯାଇଥିଲା । ସେହିପରି ସ୍ବର୍ଗତ ପ୍ରକାଶ ସେନାପତି ଙ୍କ ଶିଶୁମନ୍ଦିର ପ୍ରତି ଅବଦାନ କୁ ମନେ ପକାଯାଇ ତାଙ୍କ ପତ୍ନୀ ଙ୍କୁ ମରାଣତ୍ୱର ସନ୍ନମାନ ରେ ସମ୍ମାନିତ କରାଯାଇଥିଲା।ବିଦ୍ୟାଳୟ ର ଉନ୍ନତି ଓ ପରିଚାଳନା ସକାଶେ ପୂର୍ବତନ ବିଧାୟକ  ତଥା ମୁଖ୍ୟ ଅତିଥି କୈଳାଶ କୁଲେଶିକା ମଞ୍ଚରେ କମିଟିକୁ ଏକ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ।ସଭାକାର୍ଯ୍ୟ ପରେ  ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୋଇଥଲା ଯେଉଁ ଥିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶୀ, ସମ୍ବଲପୁରୀ, କୋରାପୁଟିଆ, ଦେଶାତ୍ମବୋଧକ ଓ ନାଟକ ପରିବେଷଣ କରାଯାଇଥିଲା। ଲକ୍ଷ୍ମୀପୁର ର ସାଧାରଣ ଲୋକଙ୍କ ସହ ଅଭିଭାବକ ମାନେ ଏହାର ମଜା ନେଇଥିଲେ।ବିଦ୍ୟାଳୟ ର ମୁଖ୍ୟ ଗୁରୁଜି ଗୋପୀନାଥ ମହାପାତ୍ର ଓ ସହସମ୍ପାଦକ ହେମନ୍ତ କୁମାର ସାହୁ ଙ୍କ ସମେତ କର୍ମଚାରୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ