ଭାରତର ପ୍ରଥମ ଡେଣ୍ଟାଲ ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ

ଭୁବନେଶ୍ୱର: ଲଞ୍ଚ ହୋଇଛି ଭାରତର ପ୍ରଥମ ଡେଣ୍ଟାଲ ଇ-କମର୍ସ ପ୍ଲାଟଫର୍ମ 32kart.com । ଏହି ଇ-କମର୍ସ ପୋର୍ଟାଲ ଦନ୍ତ ଚିକିତ୍ସକଙ୍କ ପାଇଁ ଉତ୍ସର୍ଗୀକୃତ । ଦନ୍ତ ଚିକିତ୍ସାଳୟରେ ଆବଶ୍ୟକ ହେଉଥିବା ସମସ୍ତ ଉତ୍ପାଦ ଦନ୍ତ ଚିକିତ୍ସକମାନଙ୍କୁ ଯୋଗାଇଦେବା ପାଇଁ ଭୁବନେଶ୍ୱରର ଦୁଇଜଣ ଡାକ୍ତର – ଏସ୍ ପାଣିଗ୍ରାହୀ ଓ ଡିପି ମଣ୍ଡଳ ଏହି ସାଇଟ ଲଞ୍ଚ କରିଛନ୍ତି ।
32kart.com – ଭାରତର ପ୍ରଥମ ଡେଣ୍ଟାଲ ଇ-କମର୍ସ ପ୍ଲାଟଫର୍ମ, ଯାହା ଲକ୍ଷ ଲକ୍ଷ ଦନ୍ତ ଚିକିତ୍ସକ, କ୍ଲିନିକ୍, ମାନ୍ୟୁଫାକ୍ଚର୍ସ, ଡିଲର ଓ ସ୍ୱାସ୍ଥ୍ୟସେବା ସଂଗଠନକୁ ସଂଯୋଗ କରୁଛି । ଡ. ପାଣିଗ୍ରାହୀ କହିଛନ୍ତି ଯେ, ଏହି ଇ-କମର୍ସ ସାଇଟ୍ ଦନ୍ତ ଚିକିତ୍ସକଙ୍କୁ ଭାରତର କୋଣ ଅନୁକୋଣରେ ଥିବା ବିଭିନ୍ନ ଡିଲରଙ୍କଠାରୁ ଦନ୍ତ ଚିକିତ୍ସାଳୟ ପାଇଁ ଆବଶ୍ୟକୀୟ ଉପକରଣ, କଷ୍ଟମାଇଜ ପ୍ରେସକ୍ରିପସନ ଯୋଗାଇବା ଓ ଭିଜିଟିଂ କାର୍ଡର ସୁବିଧା ପ୍ରଦାନ କରୁଛି ।
ଏହି ସାଇଟ୍ ଲଞ୍ଚ ହେବା ପରଠୁ ଦନ୍ତ ଚିକିତ୍ସକଙ୍କ ନିକଟରେ ୧୨୦ରୁ ଅଧିକ ଉତ୍ପାଦ ସଫଳତାର ସହ ପହଞ୍ଚିପାରୁଛି । ସାରା ଭାରତରେ ସପିଙ୍ଗ ପାଇଁ ଦନ୍ତ ଚିକିତ୍ସକଙ୍କ ପ୍ରଥମ ପସନ୍ଦ ହୋଇପାରିଛି 32କାର୍ଟ । ଦିନକୁ ଦିନ ଆମ ଉତ୍ପାଦ ସଂଖ୍ୟା ବଢ଼ିବା ସହ ନୂଆ ବିକ୍ରେତା ଓ ବ୍ରାଣ୍ଡ ପଞ୍ଜିକରଣ କରାଯାଉଛି ।