Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତି ପାହିଲେ ମାଟ୍ରିକ ପରୀକ୍ଷା, ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ଛାତ୍ର-ଛାତ୍ରୀଙ୍କୁ ଜଗିବ AI

ଭୁବନେଶ୍ଵର:  ରାତି ପାହିଲେ ମାଟ୍ରିକ ପରୀକ୍ଷା । ୫ ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ କାଲିଠାରୁ ଆରମ୍ଭ ହେବ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପାଇଁ ପିଲାମାନେ ପରୀକ୍ଷାଦେବେ। ପରୀକ୍ଷା ସୁପରିଚାଳାଳା ପାଇଁ,ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବନ୍ଦୋବସ୍ତ କରିଛି। ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନ ପତ୍ର ପହଞ୍ଚି ସାରିଛି । ପ୍ରଥମ ଥର ଲାଗି ମାଟ୍ରିକ ପରୀକ୍ଷା ପରିଚାଳନକୁ ୱାଚ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି।

ଏଥର ମାଟ୍ରିକ ପରୀକ୍ଷାକୁ ନିୟନ୍ତ୍ର କରିବ ଏଆଇ କଣ୍ଟ୍ରୋଲ ରୁମ୍ ।  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟଳୟ ପରିସରରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ଯେଉଁଠି ଲାଗିଛି ୭ଟା ସ୍କ୍ରିନ। ଏଠାରୁ ପୂରା ରାଜ୍ୟର ୩ ହଜାର ୪୭ ଟି ପରୀକ୍ଷା କେନ୍ଦ୍ର ଉପରେ ନଜର ରହିବ। ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ଦ୍ବାରା ଯୋଡ଼ାଯାଇଛି।  କପି ଦେବା ଏବଂ ପାଚେରୀ ଡେଇଁବା ସବୁ ଉପରେ ଏହର ନଜର ରହିବ।  ଏପରିକି କିଛି ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ମଧ୍ୟ ହୋଇଛି। ଯେପରି ପ୍ରଶ୍ନପତ୍ର ଭାଇରାଲ ନହେବ, ସେଥିଲାଗି ୨ଟି ପର୍ଯ୍ୟାୟରେ ସିଲ୍ ଖୋଲିବା ବ୍ୟବସ୍ଥା ହୋଇଛି।

ମାଟ୍ରିକ ପରୀକ୍ଷା ସହିତ, ଆସନ୍ତା କାଲିଠାରୁ ମଧ୍ୟମା ଏବଂ ଓପନ୍ ସ୍କୁଲ ପାଇଁ ମଧ୍ୟ ପରୀକ୍ଷା ହେବ ।  କପି ରୋକିବା ଲାଗି ବୋର୍ଡ ସ୍ତରରେ ୪୧ ଟି, ଡି ଇ ଓ ଲେବଲରେ ୭୨ ଟି ସ୍କାର୍ଡ, ଏହା ବାଦ ଫ୍ଲାଇଙ୍ଗ ସ୍କାର୍ଡ ଏବଂ ସ୍ଥାନୀୟ ପ୍ରଶାସନ ସ୍ତରରେ ସ୍କାର୍ଡ ଗଠନ କରାଯାଇଛି । ପରୀକ୍ଷାର୍ଥୀ ମାନେ ଯେପରି ଚାପ ଏବଂ ଭୟ ମୁକ୍ତ ହୋଇ ପରୀକ୍ଷା ଦେଇ ପାରିବେ, ସେଥିଲାଗି କେନ୍ଦ୍ର ପରିଚାଳକ ମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ