ଆରଏସଏସର ଏକତ୍ରୀକରଣ ସଭା ଉଦଯାପିତ


ସମ୍ବଲପୁର(ବୁର୍ଲା):ଗତ ଦୁଇ ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ବିଭାଗ ସ୍ତରୀୟ ଏକତ୍ରୀକରଣ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବୁର୍ଲା ଠାରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ସମ୍ବଲପୁର ବିଭାଗ ଅନ୍ତର୍ଗତ ଦେବଗଡ଼, ସମ୍ବଲପୁର (ଗ୍ରା), ସମ୍ବଲପୁର (ମ) ଓ ବରଗଡ଼ ଜିଲ୍ଲା ର ୧୦୦ ରୁ ଉର୍ଧ୍ଵ ସ୍ୱୟଂସେବକ ଏକତ୍ରୀକରଣ ରେ ଭାଗ ନେଇଥିଲେ | ଏହି ଏକତ୍ରୀକରଣ ରେ ସ୍ୱୟଂସେବକ ମାନେ ରାଷ୍ଟ୍ରୀୟ ଏକତା, ଧର୍ମ ସଂସ୍କୃତି ସୁରକ୍ଷା ତଥା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ଯୋଗ, ଆସନ ଓ ଦେଶଭକ୍ତି ଗୀତ ଆଦି ଅଭ୍ୟାସ କରିଥିଲେ | ଶେଷ ଦିନରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଅନୁକୂଲ୍ୟ ରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ର ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ କେଶବ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପ୍ରାରମ୍ଭ ତଥା ଦେଶ ପାଇଁ ସ୍ୱୟଂସେବକ ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ | ତତ୍ପରେ ଉଦଯାପନ କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଓଡିଶା ପଶ୍ଚିମ ପ୍ରାନ୍ତ ର ମାନନୀୟ ପ୍ରାନ୍ତ ସଂଘ ଚାଳକ ଡ଼. ସନାତନ ପ୍ରଧାନ ଙ୍କ ଉଦବୋଧନ ହୋଇଥିଲା | ଶ୍ରୀ ପ୍ରଧାନ ନିଜ ଉଦବୋଧନ ରେ ସ୍ୱୟଂସେବକ ମାନଙ୍କୁ ହିନ୍ଦୁ ସମାଜରୁ ଅସ୍ପୃଶ୍ୟତା ଦୂର କରିବା, ଗୁଲାମି ମାନସିକତା ଛାଡି ନିଜର ‘ସ୍ଵ’ (ସ୍ବଦେଶ, ସ୍ଵ ଭାଷା ଓ ସ୍ବଧର୍ମ) ପ୍ରତି ଅନୁଯାୟୀ ରହିବା କୁ ଆଗ୍ରହ କରିଥିଲେ | ମଞ୍ଚରେ ସମ୍ବଲପୁର ବିଭାଗ ର ମାନନୀୟ ବିଭାଗ ସଂଘ ଚାଳକ ଶ୍ରୀ ପୁର୍ଣ ଚନ୍ଦ୍ର ସ୍ୱାଇଁ, ପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ଗଣେଶ ମହାପାତ୍ର ଉପସ୍ଥିତ ଥିଲେ | ବିଭାଗ କାର୍ଯ୍ୟବାହ ଶ୍ରୀ ରାଜାରାମ ଲେଙ୍କାଙ୍କ ମାର୍ଗଦର୍ଶନରେ ଦୁଇ ଦିନିଆ ଏକତ୍ରୀକରଣ ସମାପନ ହୋଇଥିଲା |