ମାଟ୍ରିକ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ର, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ


ବଲାଙ୍ଗୀର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ହେଲେ ଏହା ପୂର୍ବରୁ ଜଣେ ପରୀକ୍ଷାର୍ଥୀ ଜୀବନ ହାରିଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କୁହାଯାଉଛି । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତକ ଛାତ୍ର ହେଉଛନ୍ତି ବିନାୟକ ପ୍ରଧାନ । ଆଜି ସେ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ । ହେଲେ ବିଳମ୍ବିତ ରାତିରେ ହଷ୍ଟେଲରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ସେ ଗାମୁଛା ଲଗାଇ ଝୁଲି ପଡିଥିବା ମଙ୍ଗଳବାର ସକାଳେ ଅନ୍ୟ ଛାତ୍ରମାନେ ଦେଖିଥିଲେ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ପରୀକ୍ଷା ଚାପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ବିଦ୍ୟାଳୟରେ ଶୋକରଛାୟା ଖେଳି ଯାଇଛି ।