ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ୟୁପି ସ୍କୁଲରେ ଆଜି ୬୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶୁରେସ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଥିଲେ l ମୁଖ୍ଯ ବକ୍ତା ଭାବରେ ଶିକ୍ଷାବିତ ଡ. ଅନିରୁଦ୍ଧ କୁରକୁରିଆ ଯୋଗଦେଇ ପିଲାମାନଙ୍କୁ ଶିକ୍ଷକ ଏବଂ ଛାତ୍ରୀଙ୍କ ସମ୍ପର୍କ ଏବଂ ଶିକ୍ଷାର ସଦ ଉପଯୋଗ ଉପରେ ବୁଝାଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ଅଧକ୍ଷା ଶାନ୍ତିଲତା ମିଶ୍ର , ଜାଲୋଏ ସରପଂଚ ନିବେଦିତା ମିଶ୍ର ଏବଂ ସମାଜସେବୀ କୁର୍ତ୍ତିବାସ ମିଶ୍ର ଯୋଗଦେଇ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବଘାର , ଯୋଗେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ଯୁବ କବି ଶୁଭେନ୍ଦୁ ମେହେରଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନl କରିଥିଲେ। ଏଥି ସହିତ ସ୍କୁଲରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକରେ କ୍ରୁତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରଷ୍କାର ପ୍ରଦାନ କରାଯାଇଥିଲା । ପରେ ଅନୁଷ୍ଠିତ ସାସ୍କୃତିକ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ନ୍ରୁତ୍ଯ ସଂଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁମାରକେଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ହ୍ରୁଷିକେଶ ଚାନ୍ଦ ସ୍ବାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷ ରେ ଶିକ୍ଷକ କିଶୋର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
କଇରାଝୁଲି ୟୁ ପି ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ
