ବୀରମହାରାଜପୁର ରେ ଗଙ୍ଗାଧର ଜ୍ୟୋତି ରଥ କୁ ଭୁଲିଆ ସାମାଜ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସ୍ଵଭାବ କବି ଗଙ୍ଗାଧର ମହେରଙ୍କ ଜ୍ୟୋତି ରଥ ଆଜି ପହଁଞ୍ଚିବା ପରେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା I ନିଖିଳ ଓଡିଶା ମେହେର ( ଭୁଲିଆ) ସାମାଜ ର ନିଷ୍ପତ୍ତି କ୍ରମେ ଏହି ରଥ ପ୍ରଥମ ପର୍ଯ୍ୟାୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଗ୍ରାମ ବରପାଲି ରୁ ମାଟି ଓ ଜ୍ୟୋତି ନେଇ ଗତ 18 ତାରିଖ ରେ ବାହାରି ଥିଲା l ଭୁଲିଆ ସାମାଜ ର ଏକତା ତଥା କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ ଜ୍ୟୋତି ପରିକ୍ରମା ରଥ ର ଶୁଭାରମ୍ଭ ରାଜ୍ୟ କମିଟି କରିଥିବା ପ୍ରକାଶ I ମଙ୍ଗଳବାର ଗଙ୍ଗାଧର ଜ୍ୟୋତି ପରିକ୍ରମା ରଥ ର ନେତୃତ୍ଵ ନେଇଥିଲେ ଭୁଲିଆ ସାମାଜ ରାଜ୍ଯ କମିଟିର ଉପସଭାପତି ସୌମିତ୍ରି ମେହେର , ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ବୋର୍ଡ ଉପସଭାପତି ପ୍ରଫୁଲ୍ଲ କୁମାର ମେହେର ଓ ସୋନପୁର ଜିଲ୍ଲା କେନ୍ଦ୍ର ବୋର୍ଡ ସଭାପତି ପ୍ରଫୁଲ୍ଲ ମେହେର I ପ୍ରଥମେ ଜଗନ୍ନାଥ ପାଲି ଗ୍ରାମରେ ଏହି ରଥ ପହଞ୍ଚିବାପରେ ଆଞ୍ଚଳିକ କମିଟି ସଭାପତି ବେଦବ୍ୟାସ ମେହେର ଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ହରିବୋଲ ହୁଳହୁଳି ଏବଂ ଶଙ୍ଖ ଧ୍ବନିରେ ଗ୍ରାମ ଦାଣ୍ଡ ମୁଖରିତ ହୋଇ ଉଠିଥିଲା l ଗ୍ରାମ ପରିକ୍ରମା ପରେ ବୀରମହାରାଜପୁର ତ୍ରିବେଣୀ ଛକ , କେନ୍ଦୁପାଲି , ହନୁମାନ ପାଲି , ଟାଙ୍ଗରପାଲି , କମଳପୁର , ଚମ୍ପାପୁର ଗ୍ରାମ ଦେଇ ସୁବଳୟା , ଟିକ୍ରାପଡା , ଆମ୍ବସରଭଟା ଗ୍ରାମ ପହଞ୍ଚି ପରିକ୍ରମା କରିଥିଲା l ପରିକ୍ରମା ସମୟରେ ସମସ୍ତ ଗ୍ରାମଘର ସମ୍ମୁଖ ରେ ପୂର୍ଣ୍ଣକୁମ୍ଭ ସ୍ଥାପନ ପୂର୍ବକ ଧୂପଦୀପ ପୁଷ୍ପ ଅର୍ପଣ କରି ଭୁଲିଆ ସାମାଜ ମହିଳାମାନେ ଜ୍ୟୋତି ରଥ କୁ ସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା I