Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଧେହ ଘେରରେ ବଢ଼େଇ ସୁଦର୍ଶନଙ୍କ ନିଖୋଜ ଘଟଣା; ୮ ଦିନ ପରେ ବି ପୁଲିସ ବାଟବଣା

ଜମନକିରା: ଗତ ୪ତାରିଖ ରାତ୍ରିରୁ ନିଖୋଜ ହୋଇଥିବା ବଢ଼େଇ ସୁଦର୍ଶନଙ୍କ ଏପର୍ଯ୍ୟନ୍ତ ପୋଲିସକୁ କୌଣସି ପତ୍ତା ମିଳି ପାରିନାହିଁ। ତେବେ ତଦନ୍ତ ଜାରି ରହିଥିବା କଥା ଜମନକିରା ଥାନା ଅଧିକାରୀ ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସୁଦର୍ଶନଙ୍କ ସ୍ତ୍ରୀ ପୂର୍ବରୁ ଶତ୍ରୁତା ଥିବା ନିଜ ଗାଁ ଯୁଯୁମୁରା ଥାନା ଅନ୍ତର୍ଗତ ଟାମ୍ପେରଗଡ ଜୈନେକ ପରିବାର ର ଲୋକେ ଅପହରଣ କରି ନେଇଥିବା ନେଇ ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ ୧୩ ବର୍ଷ ହେବ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଛକ ନିକଟରେ ନିଜ ଗାଁ ଟାମ୍ପେରଗଡ ଘର ଛାଡ଼ି ସୁଦର୍ଶନ ବେହେରା (୬୧) ପରିବାର ସହ ରହି ଆସୁଥିଲେ। ଘଟଣା ଗତ ୪ ତାରିଖ ସନ୍ଧ୍ୟାରୁ ସେ ନିଖୋଜ ଥିବା ନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁଦର୍ଶନ ବଢ଼େଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୪ତାରିଖ ଦିନ ଅପରାହ୍ନରେ ସୁଦର୍ଶନ ମାଛ ମାରିବାକୁ ଯାଇ ସନ୍ଧ୍ୟାରେ ଘରକୁ ମାଛ ଆଣିଥିଲେ। ସ୍ତ୍ରୀ ଅନ୍ୟତ୍ର ଯାଇଥିବା ଯୋଗୁଁ ପାଖରେ ରହୁଥିବା ନିଜ ବୋହୂକୁ ମାଛ ରାନ୍ଧିବା ପାଇଁ କହିଥିଲେ। ତେବେ ବିଦ୍ୟୁତ ନଥିବା ଯୋଗୁଁ ଟର୍ଚ୍ଚ ଆଣିବାକୁ ଯାଉଛି କହି ନିଜ ଘର ଆଡେ ଚାଲି ଯାଇଥିଲେ। ତେବେ ସେ ଆଉ ଫେରିନଥିଲେ। ପରେ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ତାଙ୍କ ସନ୍ଧାନ ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ମାତ୍ର ଘଟଣା ଆଜକୁ ୮ ଦିନ ବିତି ଯାଇଥିବା ସତ୍ବେ ସୁଦର୍ଶନ ର କିଛି ଖୋଜ ଖବର ଅଦ୍ୟାବଧି ମିଳି ପାରିନାହିଁ। ଅନ୍ୟପଟେ ଆଜି ତାଙ୍କ ସ୍ତ୍ରୀ ୧୩ ବର୍ଷ ତଳେ ଘଟିଯାଇଥିବା ଏକ ହତ୍ୟାକାଣ୍ଡ କୁ ନେଇ ନିଜ ଗାଁର ଏକ ପରିବାର ତାଙ୍କ ସାନ ଭାଇକୁ ମାରିଦେଇ କୂଅରେ ଫିଙ୍ଗି ଦେଇଥିବା ନେଇ ସୁଦର୍ଶନ ପରିବାରଙ୍କୁ ହତ୍ୟାକାରୀ ଦୋଷ ଦେଇ ଜେଲକୁ ପଠେଇ ଦେଇଥିଲେ। ଆମେ ୨ ବର୍ଷ ଜେଲ ଦଣ୍ଡ ପାଇବା ପରେ ବଡରମା କୁ ଆସି ଦୀର୍ଘ ୧୩ ବର୍ଷ ହେଲା ରହି ଆସୁଛୁ। ହେଲେ ଉକ୍ତ ପରିବାର ମୋ ସ୍ୱାମୀକୁ ଅପହରଣ କରି ନେଇଛନ୍ତି ବୋଲି ସ୍ପଷ୍ଟ କହିଛନ୍ତି। ଅପର ପକ୍ଷେ ପୋଲିସ ସୁଦର୍ଶନଙ୍କ ସ୍ତ୍ରୀ ଆରୋପ କରୁଥିବା ପରିବାରଙ୍କୁ ପଚରା ଉଚୁରା କରିଥିବା ବେଳେ ସେମାନେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ