ସରପଞ୍ଚ ସଂଘ ର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଆନ୍ୟ ଦାସ ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ I ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ନେତୃତ୍ଵରେ ସରପଞ୍ଚ ମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରଶାସନ ର ସହଯୋଗ ପାଇଁ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ I ଆଗାମି ଦିନରେ ଜଳକଷ୍ଟ ପାଇଁ ଆବଶ୍ୟକୀୟ ସ୍ଥାନମାନଙ୍କରେ ନଳକୂପ ଖନନ କରିବାକୁ ଅନୁରୋଧ କରିଥିଲେ l ପଞ୍ଚାୟତ ର ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରିବା ପରେ ଜିଲ୍ଲାପାଳ ଉନ୍ନୟନ ପ୍ରକ୍ରିୟା ରେ ଜିଲ୍ଲା ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏଥିରେ ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଙ୍କ ସହିତ ମହେନ୍ଦ୍ର ଜଗଦଲା , ସୂର୍ଯ୍ୟ କୁମାର ନନ୍ଦ , ଜୟ ଶ୍ରୀ ଦେହୁରୀ , ନିରୁପମା ବଗର୍ତ୍ତୀ ,ଅନୁସୂୟା ପଧାନ , ଆକସ୍ମିତା ବଢ଼ିଆ , ବନିତା ସେଠି , ବିଷ୍ନୁ ପ୍ରିୟା କୁମ୍ଭାର , ଅଳକା କର୍ମୀ , ସସ୍ମିତା ଦୀପ ପ୍ରମୁଖ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ରହି ନିଜ ନିଜର ପଞ୍ଚାୟତ ସମ୍ପର୍କରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ l