Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ମହୋତ୍ସବ ସାମ୍ବାଦିକ ଶିବ ପ୍ରସାଦ ମେହେରଙ୍କୁ ଦେଲା ଲୋକଶ୍ରୀ ସମ୍ମାନ

ସମ୍ବଲପୁର:ସମ୍ବଲ୍‌ପୁର୍‌ ମହୋତ୍ସବ ଅବସରରେ ବର୍ଷିଆନ୍‌ ସାମ୍ବାଦିକ ଶିବ ପ୍ରସାଦ ମେହେରଙ୍କୁ ‘ଲୋକଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି। ସେ ମହୋତ୍ସବରେ ଅନୁପସ୍ଥିତ ଥିବାରୁ ଏହାର ଆୟୋଜନକାରୀ ସଂସ୍ଥା ସମ୍ବଲ୍‌ପୁର୍‌ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାମାନେ ଶ୍ରୀ ମେହେରଙ୍କ ପଟ୍ଟନାୟକପଡ଼ା ସ୍ଥିତ ବାସ ଭବନକୁ ଯାଇ ତାଙ୍କୁ ମାନପତ୍ର,ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀମତୀ ପାର୍ବତୀ ସେଠ୍‌,ଭାରତୀ ପଣ୍ଡା,ସଦାନନ୍ଦ ପଣ୍ଡା ଓ ସପନ ମିଶ୍ର ତାଙ୍କୁ ଏହା ପ୍ରଦାନ କରିଛନ୍ତି।
ସାଧାରଣତଃ କୌଣସି ସଭା ବା ସମାରୋହରୁ ମଂଚରେ ସମ୍ମାନ ଗ୍ରହଣ କରୁନ ଥିବା ଶିବ ପ୍ରସାଦ ମେହେରଙ୍କ ଭଳି ବ୍ୟକ୍ତିତ୍ବ ଆଜିକାର ସମାଜରେ ବିରଳ।
ପଦ୍ମଶ୍ରୀ ଭଳି ସମ୍ମାନ ପାଇଁ ଆବେଦନ ଓ ସୁପାରିଶ୍‌ର ଆବଶ୍ୟକତା ପଡ଼ୁଥିବାବେଳେ ଶ୍ରୀ ମେହର ସଦାସର୍ବଦା ଏପରି ଭାବେ ସମ୍ବର୍ଦ୍ଦିତ ହେବାକୁ ନାପସନ୍ଦ କରନ୍ତି।
ତାଙ୍କର ଏପରି ସ୍ବଭାବ ଯୋଗୁଁ ସମ୍ବଲପୁର ମହୋତ୍ସବର କର୍ମକର୍ତ୍ତାମାନେ ତାଙ୍କୁ ସମ୍ମାନ ଦେବାକୁ ତାଙ୍କ ବାସଗୃହକୁ ଯାଇଥିଲେ।
ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମେହେର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ଏ ବୟସରେ ମଧ୍ୟ ତାଙ୍କ କଲମ ସକ୍ରୀୟ ରହିଥିବା ପ୍ରକାଶ କରିଥିଲେ। ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ସେ କଲମ ଚଲେଇ ଚାଲିଥିବେ ବୋଲି ପ୍ରକାଶ କରିଥିବା ନେଇ ଆଜି ମହୋତ୍ସବ କମିଟି ପକ୍ଷରୁ ସପନ ମିଶ୍ର ଓଡିଶା ନ୍ୟୁଜକୁ କହିଛନ୍ତି ।