Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ପ୍ରିମିୟର କ୍ରିକେଟ ଲିଗ ଟୁର୍ନାମେଣ୍ଟ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ସାକ୍ଷୀପଡ଼ା କ୍ରିକେଟ କ୍ଳବ ପକ୍ଷରୁ ସାକ୍ଷୀପଡ଼ା ଖେଳପଡିଆରେ ଆଜି ବିଜୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଛି।ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି।ଆଜି ସାକ୍ଷୀପଡ଼ାର ଦୁଇଟି ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉଦଘାଟିତ ଉତ୍ସବରେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଜୟ ବାବୁ ଭଗତ, ଜିଲ୍ଲା ସାଧାରଣ ସମ୍ପାଦକ ଶନି ୟାଦବ,ସମ୍ବଲପୁର ଜୋନ ସଭାପତି ଦେବାଶିଷ ପରିଡା,ଜିଲ୍ଲା ସମ୍ପାଦକ ଆଦି ନନ୍ଦ, ବିଜୁ ଯୁବ ଛାତ୍ର ଦଳର ସାଧାରଣ ସମ୍ପାଦକ ପିଙ୍କୁ ସିଂ ଓ ଶିବୁ ସ୍ୱାଇଁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଟୁର୍ନାମେଣ୍ଟକୁ ବାବୁଲା ଭୋଇ, ବଣ୍ଟି ପଟ୍ଟନାୟକ, ବୁଲୁ ବାବୁ, ଆଶିଷ, ପିଣ୍ଟୁ ବେଵାରତ, ଅଜୟ ବେଵାରତ, ଆଲୋକ ପଟନାୟକ, ସୁଧାଂଶୁ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ