ଇଂରାଜୀ ପରୀକ୍ଷା ପୂର୍ବରୁ ବେକରେ ଶାଢି ଲଗାଇ ଝୁଲି ପଡିଲେ ମାଟ୍ରିକ ପରୀକ୍ଷାର୍ଥୀ


ଧାମନଗର: ଇଂରାଜୀ ପରୀକ୍ଷା ଦେଇଯିବା ପୂର୍ବରୁ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଆତ୍ମହ୍ୟା କରିଥିବା ଜଣା ପଡିଛି । ମୃତ ଛାତ୍ର ଜଣକ ହେଉଛନ୍ତି ଅଭିଷେକ ପଣ୍ଡା । ସେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହି ପଢୁଥିଲେ । ବେକରେ ଶାଢୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣା ଯାଇଛି । ଏହି ଘଟଣା ସ୍ଥାନୀୟରେ ଅଂଚଳରେ ଚାଂଚଲ୍ୟ ଖେଳା ଦେଇଛି ।

ଅଭିଷେକଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ରାଢ ଗ୍ରାମ । ସେ ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ଦେଇଥିଲେ । ଶୁକ୍ରବାର ଇଂରାଜୀ ପରୀକ୍ଷା ଥିଲା । ହେଲେ ସକାଳେ ଯେତେ ଡାକିଲେ ବି ବାଟ ନ ଖୋଲିବାରୁ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥଲେ । ପୋଲିସ ପହଂଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ପରୀକ୍ଷା ଚାପରେ ସେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ପାଇଁ ତାହା ଜଣା ପଡିନି ।