Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ହାଇସ୍କୁଲ; ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି ସମ୍ମାନ

ଜମନକିରା : ଜମନକିରା ବ୍ଲକ୍ ବଡ଼ରମl ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ହାଇସ୍କୁଲ କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି ସମ୍ମାନରେ ସମ୍ମାନିତ କରାଯାଇଛି।
ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଷଣ୍ଢପଥର ହାଇସ୍କୁଲ୍ ଶ୍ରେଷ୍ଠ ବିଦ୍ୟାଳୟ, ପରିଚାଳନା କମିଟି ଶ୍ରେଷ୍ଠ କମିଟି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ରୂପେ ପୁରସ୍କୃତ ହୋଇଛନ୍ତି। ସମ୍ବଲପୁର ମଣ୍ଡଳୀୟା ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl କୁମୁଦିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ, ଜିଲ୍ଲା ଶିକ୍ଷା ପ୍ରତିଷ୍ଠlନର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାହାର, ଜୟଶ୍ରୀ ଦୋରl ପ୍ରମୁଖ ପୁରସ୍କାର ବଣ୍ଟନ କରିଥିଲେ। ମାନପତ୍ର ଓ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ