Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚବଟୀ ବନ ସୁରକ୍ଷା ସମିତିର ବାର୍ଷିକ ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ଖଇରଡ଼ିହି ଗାଁରେ ଥିବା ପଞ୍ଚବଟୀ ବନ ସୁରକ୍ଷା ସମିତିର ଆଜି ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ଫରେଷ୍ଟ ବିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅସ୍ଥାୟୀ ସଭାପତି ଭାବେ ପୂର୍ବତନ ସଭାପତି ଗୋକୁଳ ନନ୍ଦ ଦାନୀ ସଭା ପରିଚାଳନା କରିଥିବା ବେଳେ ସ୍ଥାୟୀ ସଭାପତି କ୍ଷୀରୋଦ ଦେହୁରୀ ସ୍ବାଗତ ଭାଷଣ ଦେଇଥିଲେ। ସାଧାରଣ ସମ୍ପାଦକ ସୁରଜିତ ନାଏକ ବାର୍ଷିକ ବିବରଣୀ ଓ ଆୟବ୍ୟୟ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ନାୟକ, ସୁଶାନ୍ତ ବାଘ, ଅଲେଖ ପଧନ, ଚିନ୍ତାମଣି ପଧାନ, ସୁବାସ ପଟେଲ, ବାବୁରାମ ବିଲର ଏବଂ ରାଜୁ ମୁଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜଙ୍ଗଲ କୁ କିପରି ଅଧିକ ସୁରକ୍ଷିତ ରଖାଯାଇ ପାରିବ, ବନ୍ୟପ୍ରାଣୀ ଯେପରି ନିର୍ଭୟ ହୋଇ ଚରାବୁଲା କରି ପାରିବେ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।