କୁଚିଣ୍ଡା କଲେଜ ପଡିଆରେ ଜିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ


ଜମନକିରା : କୁଚିଣ୍ଡା କଲେଜ ପଡିଆରେ ଜିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ୨୦୨୪ ସମ୍ବଲପୁର ସ୍ୱତନ୍ତ୍ର ଉନୟନ ପରିଷଦ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ମୁଖ୍ୟଅଥିତି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଉପ-ସଭାପତି ମାଧବ ମିର୍ଧା, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ଶୋଭାରାମ ପ୍ରଧାନ, ସ୍ୱତନ୍ତ୍ର ଉନୟନ ପରିଷଦ ଉପଧକ୍ଷ୍ୟା ରାଖୀ ମୁଣ୍ଡା, ସ୍ୱତନ୍ତ୍ର ଉନୟନ ପରିଷଦ ସଭ୍ୟ ଗୋବିନ୍ଦ ନେଟି, ଜିଲ୍ଲା ପରିଷଦ ସିଡ଼ିଓ ଧର୍ମେନ୍ଦ୍ର ମଲ୍ଲିକ, କୁଚିଣ୍ଡା ଉପ-ଜିଲ୍ଲାପାଳ ହେମସାଗର ଭୋଇ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, କୁଚିଣ୍ଡା ବିଡ଼ିଓ ନିରଞ୍ଜନ କୁମାର ସା, ବାମରା ବିଡ଼ିଓ ପୁଷ୍ପକ ପ୍ରଧାନ, ଓରମାସ ଡେପୁଟି ସିଏଇଓ ଶ୍ରୀମନ୍ତ ହୋତା ଏବଂ ସମସ୍ତ ବିଚାରକ ମଣ୍ଡଳୀର ସଭ୍ୟ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତହସିଲ ଟପ୍ପୋ (ଗୀତିକାର କିସାନ ଭାଷା), ଖତୁନାଥ ପିଙ୍ଗ ( କିସାନ ଭାଷା ଗବେଷକ) ଅଶୋକ ଦାସ ( ନିର୍ଦ୍ଦେଶକ କିଷାନ ପିଲ୍ମ୍ *ହେଲୁ*) ଅଧ୍ୟାପିକା ସୁଶ୍ରୀ ବେଲମତୀ କୁମୁରା ( ଗଣତନ୍ତ୍ର ଦିବସ ପ୍ୟାରେଡ ନୂଆ ଦିଲ୍ଲୀ ଏନ୍ ଏସ ଏସ ତରଫରୁ ଓଡ଼ିଶାରୁ ପ୍ରତିନିଧିତ୍ଵ), ଆଶୀର୍ବାଦ ମହାନ୍ତି(କଳା ଉତ୍ସବ ଜାତୀୟ ସ୍ତରରେ ଦ୍ଵିତୀୟ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ଶ୍ରୀ ଗୁରୁ ଶଙ୍କର ପ୍ରସାଦ ପ୍ରଧାନ ,ଗୁରୁ ରଞ୍ଜନ କୁମାର ସାହୁ, ସୁରଥ ଚନ୍ଦ୍ର ନାୟକ, ହୃଦାନନ୍ଦ ଶର୍ମା, ପୁର୍ନେନ୍ଦୁ ମହାନ୍ତି, ବାନେଶ୍ୱର ପ୍ରଧାନ, ଜିତୁ ଗୋପାଳ, ଗିରିଧାରୀ ମୁଣ୍ଡା ଉପସ୍ଥିତ ହୋଇ ସମସ୍ତ କଲା ପରିଦର୍ଶନକାରୀ ଦଳର ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ର ସମସ୍ତ ବ୍ଲକ ର ମୋଟ ୧୭ ଗୋଟି ସାଂସ୍କୃତିକ ଦଳ ଭାଗନେଇଥିଲେ ସେମାନଙ୍କ ମଧ୍ୟରୁ ଜମନକିରା ବ୍ଲକ ଶିରିଡ ପଞ୍ଚାୟତର ମୁଣ୍ଡା ଆଦିବାସୀ ଲୋକନୃତ ଗୃପ, ଗଦାଧରପୁର ବିଜେତା ଦଳ,ବାମରା ବ୍ଲକ ଉଚକପାଟ ପଞ୍ଚାୟତର ଲହାରଙ୍ଗ କିସାନ ନାଚ ଦଳ, ଉଚକପାଟ ପ୍ରଥମ ଉପବିଜେତା ଦଳ, ଧନକଉଡା ବ୍ଲକ କଣଖିଣ୍ଡା ଗ୍ରାମ ପଞ୍ଚାୟତର ବୀର ବିରସାମୁଣ୍ଡା ନାଚ ଦଳ ଦୁତୀୟ ଉପବିଜେତା ଦଳ ହୋଇଥିଲେ, ଏହି କାର୍ଯ୍ୟକ୍ରମକୁ ମଳୟ କୁମାର ବେହେରା ପରିଚାଳନା କରିଥିଲେ. ବିଜେତା ଦଳକୁ ୨୧୦୦୦ ଟଙ୍କା, ପ୍ରଥମ ଉପବିଜେତା ଦଳ କୁ ୧୫୦୦୦ ଟଙ୍କା ଏବଂ ଦୁତୀୟ ଉପବିଜେତା ଦଳ କୁ ୧୧୦୦୦ ଟଙ୍କା ସହିତ ଟ୍ରଫି ପୁରସ୍କାର ପ୍ରଦାନ କାଯାଇଛି। ଶେଷରେ ସମସ୍ତ ଦଳର ସମସ୍ତଙ୍କୁ ସାଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଦଳ ମାନେ ବିଭିନ୍ନ ପ୍ରକାର ଜିନିଷ ଷ୍ଟଲ ରେ ଆଣି ବିକ୍ରି କରିଥିଲେ। କାର୍ଯ୍ୟକ୍ରମ କୁ କୁଚିଣ୍ଡା ବିଡ଼ିଓ ନିରଞ୍ଜନ କୁମାର ସା ଙ୍କ ତତ୍ୱାବଧନ ରେ ପରିଚାଳନା ହୋଇ ଥିବା ବେଳେ କୁଚିଣ୍ଡା ତରଫରୁ ଏବିଡିଓ ସହଦେବ ନନ୍ଦ, ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ୱାଳ, ଆକାଉଣ୍ଟ ଅଫିସର ଅଜୟ ବାଗେ, ବିପିଏମ ଟିପେନସନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।