Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜେଶ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର, ମାସେ ଛୁଟିରେ ଯିବେ କୁଲାଙ୍ଗେ

ଭୁୁବନେଶ୍ୱର: ବଦଳିଲେ ଭୁୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ୍ ହେଲେ ବିଏମସି କମିଶନର । ୨୦୦୫ ବ୍ୟାଚର ଆଇଏଏସ ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ । ନୂଆ ବିଏମସି କମିଶନର ନିଯୁକ୍ତି ନେଇ ଶନିବାର ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ ।

ଜିଏ ଅନୁଯାୟୀ, ନିଜ ଆବେଦନ ଅନୁସାରେ ବିଜୟ ଅମୃତ କୁଲାଙ୍ଗେ ମାସେ ଛୁଟିରେ ଯାଉଛନ୍ତି । ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ନୂତନ ନିଯୁକ୍ତି ମିଳିବ। କୁଲାଙ୍ଗେ ମାସେ ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ । ଯାହାକୁ ରାଜ୍ୟ ସରକାର ଗୃହୀତ କରିଛନ୍ତି । ତାଙ୍କ ସ୍ଥାନରେ ପ୍ରଶାସନିକ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସରି ନୂତନ କମିଶନର ଭାବେ ନିଯୁକ୍ତ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜେଶ ପ୍ରଭାକର ପାଟିଲଙ୍କୁ ନିକଟରେ ରାଜ୍ୟ ସରକାର କମିଶନର ସହ ସଚିବ ପଦରେ ନିଯୁକ୍ତ କରିଥିଲେ । ଏହା ଓ ହିତ ସରକାରୀ ଆବାସ ଓ ସହରାଂଚଳ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବର ଅତିରିକ୍ତ ଦାୟିତ୍ୱ ଦେଇଥିଲେ । ତେବେ ବିଜୟ ଅମୃତ କୁଲାଙ୍ଗେ ମାସେ ଛୁଟିରେ ଯାଉଥିବାରୁ ରାଜେଶଙ୍କୁ ବିଏମସି କମିଶନର ପଦରେ ନିଯୁକ୍ତ ଦିଆଯାଇଛି ।