Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ନିର୍ବାଚନ ପାଇଁ ଆରମ୍ଭ ହେଲା କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ

ଜମନକିରା : ଆସନ୍ତା ନିର୍ବାଚନ ପାଇଁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳ କଂଗ୍ରେସ ବିଜେଡି ଓ ବିଜେପି ର ଅଙ୍କ କସା ଆରମ୍ଭ ହୋଇଯାଇଛି। ତେବେ ଗୋଟିଏ ପ୍ରକାର କଂଗ୍ରେସ ଓ ଭାଜପା ର ପ୍ରାର୍ଥୀ ସାମୟିକ ଭାବେ ସିଦ୍ଧାନ୍ତ ହୋଇ ସାରିଥିବା ବେଳେ ବିଜେଡ଼ି ବିଧାୟକ ଆଶାଇ ପ୍ରାର୍ଥୀ ମାନଙ୍କ ଲମ୍ବାଧଡ଼ି ଲାଗିଥିବା ସୂଚନା ମିଳିଛି। ତେବେ ଆଜି କଂଗ୍ରେସ ପକ୍ଷରୁ ଫାଶିମାଳ ଠାରେ ଜମନକିରା ବ୍ଲକ କଂଗ୍ରେସ ସଭାପତି କେଦାରନାଥ ବରିହାଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଇ ବୈଠକରେ ସେବା ଦଳ ପ୍ରତିନିଧି କିଶୋର ନାଏକ, କଂଗ୍ରେସ ଉପଦେଷ୍ଟା ସରୋଜ ପଟ୍ଟନାୟକ, ପୁରୁଖା କର୍ମୀ ଜଗଦାନନ୍ଦ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଗୁରୁଚରଣ ପଟେଲଙ୍କ ସମେତ ପ୍ରତ୍ୟେକ ପଂଚାୟତର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଆଗାମୀ ନିର୍ବାଚନ ପାଇଁ ରଣ ନୀତି ପ୍ରସ୍ତୁତି କରିଥିଲେ। କୁଚିଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ଏବର୍ଷ କଂଗ୍ରେସର ନୂଆଁ ଚେହେରା ସାମ୍ନାକୁ ଆସିପାରେ ବୋଲି ବିଶ୍ଵସ୍ତ ସୂତ୍ରରୁ ଆଭାସ ମିଳୁ ଥିବାରୁ କଂଗ୍ରେସ ମଧ୍ୟ ବିଜେଡି, ବିଜେପି କୁ କଡ଼ା ଟକ୍କର ଦେଇ ପାରେ ବୋଲି ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି। ତତ ସଙ୍ଗେ କର୍ମୀ ମହଲରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି।