ବିଜୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ଧନକଉଡା ବିଜୟୀ
 
        ସମ୍ବଲପୁର:ସ୍ଥାନୀୟ ସାକ୍ଷୀପଡ଼ା କ୍ରିକେଟ କ୍ଳବ ପକ୍ଷରୁ ସାକ୍ଷୀପଡ଼ା ଖେଳପଡିଆରେ ଆଜି ବିଜୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଛି। ଟୁର୍ନାମେଣ୍ଟ ମୋଟ ୧୬ଟି ଦଳ ଭାଗ ନେଇଥିଲେ।ଆଜି ଫାଇନାଲ ମ୍ୟାଚରେ ସାକ୍ଷୀପଡ଼ା ଓ ଧନକଉଡ଼ା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଧନକଉଡ଼ା ବିଜୟୀ ହୋଇଥିଲା ଓ ସାକ୍ଷୀପଡ଼ା ଦଳ ଉପବିଜେତା ହୋଇଥିଲା।ଉଦଯାପିତ ଉତ୍ସବରେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଜୟ ବାବୁ ଭଗତ, ଜିଲ୍ଲା ସାଧାରଣ ସମ୍ପାଦକ ଶନି ୟାଦବ,ସମ୍ବଲପୁର ଜୋନ ଉପ ସଭାପତି ଶିବ ପ୍ରଧାନ ,ଜିଲ୍ଲା ସାଧାରଣ ସମ୍ପାଦକ ନମନ ସିଂ,ବିଜୁ ଯୁବ ଛାତ୍ର ଦଳର ସାଧାରଣ ସମ୍ପାଦକ ଶିବୁ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଟୁର୍ନାମେଣ୍ଟକୁ ବାବୁଲା ଭୋଇ, ବଣ୍ଟି ପଟନାୟକ, ବୁଲୁ ବାବୁ, ଆଶିଷ, ପିଣ୍ଟୁ ବେଵାରତ, ଅଜୟ ବେଵାରତ, ଆଲୋକ ପଟନାୟକ, ନିତିନ, ସୁବ୍ରତ,ଶ୍ରୀନିବାସ,ସୁଧାଂଶୁ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ।

 
                        
 
                                 
                                 
                                 
                                 
                                