Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଆଲୋଚନାଚକ୍ର

ଜମନକିରା : ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଦଶମ ଉପଖଣ୍ଡ ସ୍ତରୀୟ ବୈଠକ ପୂର୍ବତନ ବ୍ଳକ ଅଧ୍ୟକ୍ଷ କରୁଣାକର କିସାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରରେ ସମ୍ବଲପୁରର ସଂସ୍କାରକ ପ୍ରଶାନ୍ତ ବୁଦ୍ଧ ମୁଖ୍ୟଅତିଥି ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଉ ଆଗାମୀ ନିର୍ବାଚନରେ ସଂସ୍କାରକ ଓ ସମାଜସେବୀଙ୍କ ଭୂମିକା ଶୀର୍ଷକ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଛାତ୍ର ନେତା ଅସୀମ ପଟେଲ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଅନିତା ସିଂ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିବା ବେଳେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଟଙ୍କଧର ପାତ୍ର ବିଷୟ ପ୍ରବେଶ କରିଥିଲେ। ଆଲୋଚନାରେ ସମ୍ବଲପୁର ରୁ ବାମସେଫ ନେତା ପବନ ଲୁହା, ବାମରା ବ୍ଳ ରୁ ଶିକ୍ଷକ ନେତା ସୁରୁମଣି ସୁନାନୀ, ବାମରା ବ୍ଲକରୁ ଭୋଳାନାଥ ମହାନନ୍ଦ, କୁଚିଣ୍ଡା ବ୍ଳକର ଆଦିବାସୀ କଲ୍ୟାଣ ପରିଷଦର ମନବୋଧ ପଧାନ, କିସାନ ସମାଜ ଗୁଡ଼ି ସଭାପତି ଭରତ ଚନ୍ଦ୍ର କିସାନ, ଦୁର୍ଯୋଧନ ମୁଣ୍ଡା, ଲଳିନ୍ଦ୍ର ଅଡା, ପାଣ ସମାଜ ସଭାପତି ଶ୍ରଦ୍ଧାକର ଜୟପୁରିଆ ପ୍ରମୁଖ ତାଙ୍କ ଭାଷଣରେ ସମ୍ବିଧାନ ସୁରକ୍ଷା ପାଇଁ କାର୍ଯ୍ୟକରିବାର ପ୍ରତିଶୃତି ଦେବାକୁ ବିଭିନ୍ନ ଦଳର ନେତାଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ଶ୍ରୀମତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ