Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ମାଟିରେ ଭାରତର ଲଗାତାର ୧୭ମ ଟେଷ୍ଟ ସିରିଜ୍ ବିଜୟ, ହିରୋ ସାଜିଲେ ଧ୍ରୁବ ଜୁରେଲ

ରାଞ୍ଚି: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ରାଞ୍ଚିରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟକୁ ୫ ଓ୍ଵିକେଟରେ ଜିତି ନେଇଛି। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଜିତିବା ସହ ୩-୧ରେ ଅଗ୍ରଣୀ ହାସଲ କରିଛି। ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ। ଘରୋଇ ମାଟିରେ ଏହା ଭାରତର ଲଗାତାର ୧୭ତମ ଟେଷ୍ଟ ସିରିଜ୍ ବିଜୟ।

ଭାରତୀୟ ଦଳ ଶେଷ ଥର ଘରୋଇ ଟେଷ୍ଟ ସିରିଜ୍ ୨୦୧୨ ନଭେମ୍ବରରେ ଇଂଲଣ୍ଡରେ ବିପକ୍ଷରେ ହାରିଥିଲା। ଏହା ପରଠୁ ଦଳ ଗୋଟିଏ ବି ଟେଷ୍ଟ ସିରିଜ୍ ହାରି ନାହିଁ। ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଧ୍ରୁବ ଜୁରେଲ। ପଦାର୍ପଣ ମ୍ୟାଚ୍‌ର ପ୍ରଥମ ଇନିଂସରେ ୯୦ ରନ ଓ ଦ୍ଵିତୀୟ ଇନିଂସରେ ଅପରାଜିତ ୩୯ ରନର ଇନିଂସ ଖେଳି ଭାରତକୁ ମ୍ୟାଚ୍ ଜିତାଇଛନ୍ତି। ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୪୫ ରନରେ ଅଲଆଉଟ୍ ହେବା ପରେ ଭାରତ ସମ୍ମୁଖରେ ୧୯୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଭାରତ ୫ ଓ୍ଵିକେଟ୍ ହରା ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁଭମନ ଗିଲ୍ ୫୨ ରନ ଓ ଧ୍ରୁବ ଜୁରେଲ ୩୯ ରନର ବହୁମୂଲ୍ୟ ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ଅଧିନାୟକ ରୋହିତ ଶର୍ମା ୫୫ ରନ ଓ  ଯଶସ୍ଵୀ ଜୟସ୍ଵାଲ ୩୭ ରନ କରିଛନ୍ତି। ଉଲ୍ଲେଖନୀୟ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରିଥିବା ବେଳେ ଭାରତ ୩୦୭ ରନ କରିଥିଲା।

ଭାରତୀୟ ଦଳ ନିଜ ମାଟିରେ ଲଗାତାର ୧୭ତମ ସିରିଜ୍ ଜିତିଛି। ଏହା ପରେ ଦ୍ଵିତୀୟରେ ରହିଛି ଅଷ୍ଟ୍ରେଲିଆ ଦଳ। ଯିଏ ନିଜ ଘରୋଇ ମାଟିରେ ଲଗାତାର ୧୦ଟି ଟେଷ୍ଟ ସିରିଜ୍ ଜିତିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଘରୋ ମାଟିରେ ଦୁଇ ଥର ଲଗାତାର ୧୦ ଟେଷ୍ଟ ସିରିଜ୍ ଜିତିବାରେ ପ୍ରଥମ ଦଳ। ଉଲ୍ଲେଖନୀୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୧୩୫ଟି ଟେଷ୍ଟ ସିରିଜ୍ ଖେଳା ଯାଇଛି। ଏଥିରୁ ଦଳ ୩୪ଟି ଜିତିଥିବା ବେଳେ ଇଂଲଣ୍ଡ ୫୧ଟି ଜିତିଛି। ଦୁଇ ଦଳ ମଧ୍ୟରେ ୫୦ଟି ଟେଷ୍ଟ ଡ୍ର ରହିଛି। ଭାରତ ମାଟିରେ ଦୁଇ ଦଳ ମଧ୍ୟରେ ମୋଟ୍ ୬୮ ଟେଷ୍ଟ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଇଂଲଣ୍ଡ ୧୫ ଓ ଭାରତ ୨୫ଟି ଟେଷ୍ଟ ମ୍ୟାଚ୍ ଜିତିଛି। ୨୮ଟି ମୁକାବିଲା ଡ୍ର ରହିଛି।

ଇଂଲଣ୍ଡ ପ୍ରଥମ ଇନିଂସ- ୩୫୩

ଭାରତ ପ୍ରଥମ ଇନିଂସ- ୩୦୭

ଇଂଲଣ୍ଡ ଦ୍ଵିତୀୟ ଇନିଂସ- ୧୪୫

ଭାରତ ଦ୍ଵିତୀୟ ଇନିଂସ- ୧୯୨/୫