Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଦୁଇ ଚାଳକ ଗୁରୁତ୍ତର

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ରାଜରାସ୍ତା ୫୩ ବଡରମା ଘାଟି ନିକଟରେ ଆଜି ଅପରାହ୍ନ ସାଢେ଼ ୬ଟା ସମୟରେ ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିର ଦୁଇ ଚାଳକ ଗୁରୁତର ହୋଇଛନ୍ତି। ଜଣେ କେବିନ୍ ରେ ଚାପି ହୋଇ ରହିଥିବା ବେଳେ କଟର ସାହାଯ୍ୟରେ କେବିନ୍ କୁ କାଟି ଚାଳକକୁ ପୋଲିସ ଉଦ୍ଧାର କରିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ଼ ୫ଟା ସମୟରେ ଏକ ଲୁହା ବୋଝେଇ ଟ୍ରକ(ଓଡ଼ି ୦୫ ଏଫ୍ ୮୫୮୧) ଦେବଗଡ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଅପର ପଟୁ ଅନ୍ୟ ଏକ ଭଲବୋ ଟ୍ରକ୍(ଏଚ ଆର ୫୫ ଏନ ୦୯୭୧) ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଜଣେ ଚାଲକ କେବିନ୍ ରେ ଚାପି ହୋଇ ରହିଯାଇଥିଲା। ପୋଲିସ ପହଞ୍ଚି କେବିନ୍ କୁ କାଟି ଚାଳକ କୁ ବାହାର କରିଥିଲେ। ଅନ୍ୟ ଗାଡ଼ିର ଚାଳକ ମଧ୍ୟ ଗୁରୁତ୍ତର ଥିବାରୁ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠେଇଛନ୍ତି। ଖଲାସୀ କୁ ମଧ୍ୟ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ