ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଆଜି ଆମ ହସପିଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଆଭାସି ଜରିଆରେ ଲୋକାର୍ପଣ ହୋଇଯାଇଛି l ସୋମବାର ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୬୭ ଟି ଡାକ୍ତର ଖାନାକୁ ଲୋକାର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ କୁ ୫ଟି ଅଧ୍ୟକ୍ଷ ଭି .କେ. ପାଣ୍ଡିଆନ ପରିଚାଳନା କରିଥିଲେ l ବୀରମହାରାଜପୁର ଠାରେ ସ୍ଥାନିୟ ବିଧାୟକ ପଦ୍ମନାଭ ବେହେରା ଉପସ୍ଥିତ ରହି ଫଳକ ଉନ୍ନ୍ମୋଚନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା , ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା,, ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ଜଟେସିଂହା ସମିତି ସଭ୍ୟ ରଶ୍ମିତା ପାଣ୍ଡେ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ସ୍ଵୟମ୍ଭୁ ନାଥ ଖଣ୍ଡଗିରି , ଡାକ୍ତରଖାନା କର୍ମଚାରୀ,, ଅଙ୍ଗନୱାଡି , ଆଶା କର୍ମୀ , ଏମ ବି କେ , ସି ଆର ପି , ମିଶନ ଶକ୍ତି ମହିଳା ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ l ପ୍ରାୟ ୧୬ କୋଟି ଟଙ୍କା ରେ ନିର୍ମିତ ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର, ଡାକ୍ତର ଙ୍କ କକ୍ଷ , ପିଇବା ପାଣି , ପ୍ରଶାସନିକ କକ୍ଷ ପ୍ରଭୁତି ଲୋକାର୍ପଣ ହୋଇଛି l ଡାକ୍ତରଖାନା ର ମୁଖ୍ୟ ପରିଚାଳକ ଡାକ୍ତର ସଞ୍ଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଆମ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମ
