Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ପକ୍ଷରୁ ସୁଧ ଫେରସ୍ତ ଏବଂ ସ୍ୱୟଂ ଯୋଜନା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ପରିସରରେ ଆଜି ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଏକ ସୁଧ ଫେରସ୍ତ ଏବଂ ସ୍ୱୟଂ ଯୋଜନା କାର୍ଯ୍ୟକ୍ରମ ବିଡ଼ିଓ ରୀନା ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଏଲଏଫ୍ ସଭାନେତ୍ରୀ ବିନତା ପ୍ରଧାନ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ କୁ ଵିପିଏମ ସରୋଜ ମିଶ୍ର ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ବ୍ଲକ ସଂଯୋଜକ ଚୂଡ଼ାମଣି ପ୍ରଧାନ, ଅକ୍ଷୟ ଟପୋ, ସୁନନ୍ଦା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ ସାଢେ଼ ୧୧ଟାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସଶକ୍ତ କରଣ, ୦% ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ, ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ, ୭୦ଲକ୍ଷ ମା” ମାନଙ୍କୁ ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖାଯାଇଥିଲା। ଏଥିରେ ପ୍ରାୟ ୭ଶହ ରୁ ଅଧିକ ମହିଳା ମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ବହୁମୁଖି ଯୋଜନାର ଭୂରୀୟସି ପ୍ରଶଂସା କରିଥିଲେ। ଏଥିରେ ଏମ୍ବିକେ, ସିଆରପି, ବିଡ଼ିପିଏସ, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର ପ୍ରମୁଖ ବହୁ ଇସି ମହିଳା ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ