Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଚିବଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ବ୍ଲକ ଲୋକକଳା କଳାକାରଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ଜମନକିରା : ଜମନକିରା ବ୍ଲକ ଲୋକକଳା କଳାକାର ସଂଘ ପକ୍ଷରୁ ଆଜି ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ ଅଞ୍ଚଳର କଳାକାର ମାନେ ରାଜ୍ୟ ସରକାରଙ୍କ ବହୁମୁଖି କାର୍ଯ୍ୟକ୍ରମ ବିଷୟରେ ପ୍ରାୟ ୪୪ଟି ଦଳ ପ୍ରଚାର ପ୍ରସାର କରିଛନ୍ତି। ଏହି କଳାକାର ମାନଙ୍କ ମଧ୍ୟରେ ବହୁ କଳାକାର ସରକାରଙ୍କ ଦ୍ଵାରା ପ୍ରଯୋଜିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଆହୁରି ୩୦ ହଜାର କଳାକାର ମନକୁ ଭତ୍ତା ପ୍ରଧାନ କରିବେ ବୋଲି ଘୋଷଣା କରିଛନ୍ତି। ଆଉ ଯୋଉ କଳାକାର ମାନେ ବାୟସାଧିକ ହେଲେଣି। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ, ବାକିଆ ଥିବା କଳାକାର ମାନଙ୍କୁ ଭତ୍ତା ପ୍ରଦାନ ଆଦି ଦାବି ନେଇ ସ୍ଥାନୀୟ ବିଡ଼ିଓ ରୀନା ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ସୁଶ୍ରୀ ନାଏକ ଖୁବ ଶୀଘ୍ର ସୁବିଧା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ