Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ହୃଦଘାତରେ ମୃତ୍ୟୁ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଜେଲ୍‌ରୁ ମୁକୁଳି ସାରିଥିବା ୭ ହତ୍ୟାକାରୀଙ୍କ ମଧ୍ୟରୁ ବୁଧବାର ଜଣଙ୍କ ମୃତ୍ୟୁ ଘଟିଛି। ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଟି ସୁଥେନ୍ଦ୍ରରାଜା ଓରଫ ସନ୍ଥନ। ସେ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ୍ ୭ ହତ୍ୟାକାରୀଙ୍କ ମଧ୍ୟରେ ଥିଲା।

ଶ୍ରୀଲଙ୍କାର ନାଗରିକ ସନ୍ଥନଙ୍କୁ କିଛି ଦିନ ପୂର୍ବେ ଚିକିତ୍ସା ପାଇଁ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଡିନ ଡକ୍ଟର ଥେରାନୀରାଜନ କହିଛନ୍ତି ଆଜି ସକାଳ ୭ଟା ୫୦ରେ ହୃଦଘାତରେ ଅଚାନକ ତାଙ୍କର ମୃତ୍ୟୁ ଘଟିଛି। ସନ୍ଥନଙ୍କ ଲିଭର ଖରାପ ହୋଇ ସାରିଥିଲା। ଚିକିତ୍ସା ପାଇଁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳ ୪ଟାରେ ସନ୍ଥନଙ୍କୁ ହୃତଘାତ ଆସିଥିଲା। ହେଲେ ସିପିଆର ଦେଇ ତାଙ୍କୁ ବଞ୍ଚା ଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସକାଳ ପ୍ରାୟ ୭ଟା ୫୦ରେ ତାଙ୍କର ମୃତ୍ୟୁ ଘଟିଥିଲା।

ସନ୍ଥନ ସେହି ୩ ଦୋଷୀଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କ ସଜାକୁ ସୁପ୍ରିମକୋର୍ଟ ୧୯୯୯ରେ କାଏମ ରଖିଥିଲେ। ହେଲେ ପରେ ତିନି ଜଣଙ୍କୁ ଆଶ୍ଵସ୍ତି ମିଳିଥିଲା ଓ ୨୦୨୨ ନଭେମ୍ବରରେ ଜେଲରୁ ମୁକ୍ତ ହୋଇଥିଲେ।   ମୁକ୍ତ ପରେ ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ  ନିୟମ ଅନୁଯାୟୀ ସନ୍ଥନଙ୍କୁ ଚିତ୍ରିରେ ଏକ ସ୍ଵତନ୍ତ୍ର ଶିବିରରେ ରଖା ଯାଇଥିଲା। ତେବେ ନିକଟରେ ତାମିଲନାଡୁ ସରକାର ନିକଟରେ ମାଦ୍ରାସ ହାଇକୋର୍ଟଙ୍କୁ ସୂଚିତ କରାଇଥିଲେ ଯେ, ଶ୍ରୀଲଙ୍କାର ସନ୍ଥନଙ୍କୁ ନିଜ ଦେଶକୁ ଫେରିବା ପାଇଁ ଅସ୍ଥାୟୀ ଦସ୍ତାବିଜ ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ