Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମ୍ୟ ସ୍ତରୀୟ ବିପର୍ଯୟ ପରିଚାଳନା କମିଟି ପ୍ରସ୍ତୁତି ବୈଠକ

ଜମନକିରା : ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କତୃପକ୍ଷଙ୍କ ପକ୍ଷରୁ ଜମନକିରା ବ୍ଲକ ସିରିଡ଼ ପଂଚାୟତ ଅନ୍ତର୍ଗତ ସିରିଡ଼ ଗ୍ରାମରେ ରୋପ ଅନୁଷ୍ଠାନ ତରଫରୁ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିରିଡ଼ ପଞ୍ଚାୟତ ସରପଞ୍ଚ ଗଜେନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୟନ କୁମାର ପଟେଲ ଓ ସମିତିସଭ୍ୟ ଯଶିନ୍ତା କିସାନ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଗତ କରିଥିଲେ। ଏହାପରେ ରୋପ ଅନୁଷ୍ଠାନର ବ୍ଲକ ସଂଜୋଜିକା ତୃପ୍ତିମୟୀ ଦାଶ ଗ୍ରାମ ସ୍ତରରେ କିପରି ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯିବ ଓ ଏହାକୁ ପରିଚାଳନା କରିବାକୁ ରହିଥିବା ବିଭିନ୍ନ କମିଟି ଗୁଡ଼ିକ ସମ୍ପର୍କରେ ଅବଗତ କରିଥିଲେ। ସମ୍ବଲପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ୧୦୦ ଟି ଗ୍ରାମକୁ ଗ୍ରାମ୍ୟ ସ୍ତରୀୟ ବିପର୍ଯୟ ପରିଚାଳନା କମିଟି ଗଠନ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଥିବା ବେଳେ ତନ୍ମଧ୍ୟରୁ ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା, ଖରସନମାଲ, କୁଲୁଣ୍ଡି, ମହଦା, ମୁଢ଼େନପାଲି, ସରଡ଼ା, ସୁବର୍ଣ୍ଣପାଲି, ଟିକିବା ଏବଂ ଟିକିଲିପଡ଼ା ଗ୍ରାମଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଅଛି। ଆଜି ସିରିଡ଼ ପଞ୍ଚାୟତର ସିରିଡ଼ ଗ୍ରାମରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡମେମ୍ବର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି ଆର ପି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ, ବିଭିନ୍ନ କମିଟିର ସଭାପତି, ଆଦିବାସି ଓ ହରିଜନ ସମ୍ପ୍ରଦାୟର ସଭାପତି, ଦିବ୍ୟାଙ୍ଗ ବ୍ୟକ୍ତି, ପ୍ରାଣୀମିତ୍ର, ଗ୍ରାମ ସାଥି ଏବଂ ଗ୍ରାମବାସିମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ପାଇଁ ଚେୟାରମ୍ୟାନ, ସମ୍ପାଦିକା ଏବଂ ସଭ୍ୟ ସଭ୍ୟା ମାନଙ୍କ ନାମ ଚୟନ କରାଯାଇଥିଲା। ଶେଷରେ ମିଲି ବାଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ