Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୱାର୍ଜାଇଟ ଖଣି ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଜନ ଶୁଣାଣି

ଝାରସୁଗୁଡା ୨୯/୨ (ଓଡ଼ିଶା ନ୍ୟୁଜ) ମେମର୍ସ ଟାଟା କ୍ରୋସାକୀ ରିଫ୍ୟାକ୍ଟ୍ରିଜ ଲିମିଟେଡ଼ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଛୁଇପାଲି ଠାରେ ୨୫୨.୩୪ ଏକର ପରିମିତ ଅଞ୍ଚଳର କ୍ୱାର୍ଜାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ୧,୫୦,୦୦୦ ରୁ ୩,୦୦,୦୦୦ ଟନକୁ ବୃଦ୍ଧି ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଛୁଇଁପାଲି ଠାରେ ସାଧାରଣ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରସୁଗୁଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଝାରସୁଗୁଡା ଜିଲ୍ଲା କ୍ଷେତ୍ରୀୟ ଅଧିକାରୀ ହୀରଣ୍ୟକ ନାୟକ ମଞ୍ଚ ସଞ୍ଚାଳନ କରିଥିଲେ । ଉକ୍ତ ଜନ ଶୁଣାଣି ଶିବିରରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନରେନ୍ଦ୍ର ତିହିରିଆ,ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ଭିକମପାଲି ପ୍ୟାକ୍ସ ସଭାପତି ଦେବଦତ୍ତ ନାଥ, ରବିରତ୍ନ ପଧାନ,ପ୍ରସନ୍ନ ପଧାନ,ଅର୍ଣ୍ଣପୁର୍ଣ୍ଣା ହୋତା,ଶିଖା ମେହେର, ଦୀପିକା ରାୟ, ତ୍ରୀବିକ୍ରମ ପୂଜାରୀ, ପୁଷ୍ପାଞ୍ଜଳି ନାଏକ,ଦିଲ୍ଳୀପ ପଟେଲ,ଅଶ୍ୱିନୀ ପୂଜାରୀ,ନାଏବ ସରପଞ୍ଚ ଶ୍ୟାମ ସୁନ୍ଦର ବଂଜାରା, ଖୁସିରାମ ପଧାନ,ତପିରାମ ବାଗଙ୍କ ସମେତ ମୋଟ ୪୨ ଜଣ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିବା ବେଳେ କନକତୋରା ସରପଞ୍ଚ ସୁଶାନ୍ତ ଚଇନି ଏବଂ ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ ଏ ସମ୍ପର୍କରେ ସୂଚନା ପାଇ ନଥିବା ପ୍ରସଙ୍ଗକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିଲେ । ଉପସ୍ଥିତ ଜନ ସାଧାରଣ ମୂଖ୍ୟତଃ ଖଣି ପ୍ରଭାବିତ ସମସ୍ତ ଗ୍ରାମରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ ନିମନ୍ତେ ରାସ୍ତା ନିର୍ମାଣ, ବୃକ୍ଷ ରୋପଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ କରିବା, ୫୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ସ୍ଥାପନ କରିବା ସହିତ ଜନ ସାଧାରଣଙ୍କୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଏକ କଲେଜ ସ୍ଥାପନ କରିବା, ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏହି ସମସ୍ତ ଦାବି ଗୁଡିକ ଉପରେ ବିଚାର ବିମର୍ଷ ପରେ ଉପଯୁକ୍ତ ପଦକ୍ଷେପ ନେବାକୁ ଖଣି କତ୍ତୃପକ୍ଷ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଲଖନପୁର ତହସିଲଦାର ସଦାକର କୁମ୍ଭାର, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ରେଙ୍ଗାଲି ଥାନାଧିକାରୀ ଅଭୂମନ୍ୟୁ ଦୁର୍ଗା, ଲଖନପୁର ଥାନାଧିକାରୀ ବିନୋଦ ରାଓ,ବନହରପାଲି ଥାନାଧିକାରୀ ରଣଜିତ ନାଏକ, ବେଳପାହାଡ଼ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର,,ବ୍ରଜରାଜନଗର ଥାନାଧିକାରୀ ରୋଜାଳିନୀ ପଟେଲଙ୍କ ସମେତ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ର ଅଧିକାରୀ, ଟିଆରଏଲ କ୍ରୋସାକୀ ପ୍ରା:ଲିଃ ବେଳପାହାଡ଼ର କତ୍ତୃପକ୍ଷ ତଥା ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଜନ ଶୁଣାଣି ଶିବିର ଶାନ୍ତି ଶୃଙ୍ଖଳାର ସହିତ ପରିସମାପ୍ତି ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ