Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖଣି ଦୁର୍ନୀତି ମାମଲା, ଓଡିଶାର ବିଭିନ୍ନ ସ୍ଥାନରେ ଇଡି ଚଢଉ

ବଡବିଲ: ପୁଣି ଥରେ ଚର୍ଚ୍ଚାକୁ ଫେରିଛି ଉଲିବୁରୁ ଖଣି ଦୁର୍ନୀତି ମାମଲା । ଆଜି ଏହି ଲିଙ୍କରେ ଓଡିଶା ଏବଂ ଓଡିଶା ବାହାରେ ଇଡି ପକ୍ଷରୁ ଚଢାଉ ଜାରି ରହିଛି । କୋଲକାତା ସହ କେନ୍ଦୁଝରର ବଡବିଲ, ଝାରସୁଗୁଡା, ରାଉରକେଲା, ଭୁବନେଶ୍ୱର ବି ଇଡି ପକ୍ଷରୁ ଚଢାଉ ଜାରି ରହିଛି । ଏହା ସହିତ ଦୀପକ ଗୁପ୍ତାଙ୍କର ବଡବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଚଢଉ ଚାଲିଛି । ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଂଚ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଉଲିବୁରୁ ଖଣି ମାମଲାରେ ଜଙ୍ଗଲ ଓ ଖଣିଅ ଆଇନର ଉଲ୍ଲଂଘନ ଅଭିଯୋଗ ହୋଇଥିଲା । ନିୟମର ଉଲ୍ଲଂଘନ କରାଯାଇ ଜଙ୍ଗଲ ଅଂଚଳରେ ଖନନ କାର୍ଯ୍ୟ ଚାଲିଥିଲା । ମାମଲାରେ ଭିଜିଲାନ୍ସ ୨୯ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରି ସାରିଛି । ଏହି ଲିଙ୍କରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି କୋଟି କୋଟି ଟଙ୍କାର ସଂପତି ବ୍ୟାଜାପ୍ତ କରି ସାରିଛି । ଅନେକ ବ୍ୟବସାୟୀଙ୍କ ଘରେ ବି ଇଡି ଚଢଉ କରି ସାରିଛି ।

ସୂଚନାଯୋଗ୍ୟ, ଉଲିବୁରୁ ଖଣିରେ ୧୮୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା । ମାମଲାରେ ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକ ଗୁପ୍ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହି ଲିଙ୍କରେ ରାଉରକେଲାର ବ୍ୟବସାୟୀ ଅଜୟ କଦମୱାଲଙ୍କ ଘରେ ବି ଇଡି ଚଢଉ କରିଛି । ସେ ଜଣେ ଚାର୍ଟାର୍ଡ ଆକାଉଟାଂଟ ହୋଇଥିବା ବେଳେ ବହୁ ବ୍ୟବସାୟରେ ତାଙ୍କର ସଂପୃକ୍ତି ରହିଛି ।