Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରେନବନ୍ଧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଶିପାଲି ଚମ୍ପିୟାନ

ଝାରସୁଗୁଡା ୨/୩ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୁନାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରେନବନ୍ଧ ଜେଏସସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇ ଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ ଏବଂ ବେଳପାହାଡ଼ ଜୁନାଡିହି ଓ ବିଶିପାଲି ଦଳ ମଧ୍ୟରେ ଫାଇନାଲ ଖେଳ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିପାଲି ବେଳପାହାଡ଼ ଜୁନାଡିହିକୁ ହରାଇ ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଝାରସୁଗୁଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ମୁଖ୍ୟ ଅତିଥି,ସ୍ଥାନୀୟ ସରପଞ୍ଚ ନନ୍ଦିନୀ ସାହୁ ମୁଖ୍ୟବକ୍ତା ଏବଂ ପଣ୍ଡରୀ ସମିତି ସଭ୍ୟା କ୍ଷୀରବତୀ ସାହୁ,ନାଏବ ସରପଞ୍ଚ ପବିତ୍ର ପଣ୍ଡା,ବିରେନବନ୍ଧ ଗ୍ରାମ ବିକାଶ କମିଟିର ସଭାପତି ପରମେଶ୍ବର ମହାପାତ୍ର,ସମ୍ପାଦକ ଅଲେଖରାମ ଭୁଏ, ସଂକୀର୍ତ୍ତନ ଗୁରୁ ଜଗଦୀଶ ପାଣ୍ଡେ, ପଦ୍ମଲୋଚନ ପାଣ୍ଡେଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ ।ଏଥିରେ ବିରେନବନ୍ଧ ଜେଏସସିସି କ୍ରିକେଟ କ୍ଲବ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ