Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ ଖଣ୍ଡ ମୌଜାରୁ ଆଜି ଆରମ୍ଭ ହେବ ଅଧିକାର ପଦଯାତ୍ରା

ଝାରସୁଗୁଡା ୨/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସର୍ବ ବୃହତ୍ତମ ବ୍ଲକ ଲଖନପୁରକୁ ତିନି ଭାଗରେ ବିଭାଜନ କରିବା ସହିତ ତହସିଲ ଅଞ୍ଚଳକୁ ଏକ ଉପଖଣ୍ଡ ଘୋଷଣା ନିମନ୍ତେ ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ତଥାପି ରାଜ୍ୟ ସରକାର ସ୍ଥାନୀୟ ଜନ ସାଧାରଣଙ୍କ ନ୍ୟାର୍ଯ୍ୟ ଦାବିକୁ ଗୁରୁତ୍ୱ ନ ଦେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଯାହା ଦ୍ୱାରା ଲଖନପୁର ବ୍ଲକ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକ ନାଗରିକ ପରିଷଦର ନେତୃତ୍ୱରେ ବ୍ଲକର ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ପଞ୍ଚାୟତ ଅନ୍ତର୍ଗତ ସେମେଲିଆ ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ସପ୍ନେଶ୍ବର ବାବାଙ୍କ ଶକ୍ତିପୀଠରେ ପୂଜାର୍ଚ୍ଚନା କରାଯିବା ପରେ ଲଖନପୁର ବ୍ଲକ ବିଭାଜନ ଓ ଉପଖଣ୍ଡ ଦାବି ପ୍ରସଙ୍ଗକୁ ନେଇ ଅଧିକାର ପଦଯାତ୍ରା ଶୁଭାରମ୍ଭ ହୋଇ ଚଳିତ ମାସ ୭ ତାରିଖ ସୁଦ୍ଧା ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ ଏବଂ ଉକ୍ତ ପଦଯାତ୍ରାରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଅଭିଯାନକୁ ସଫଳ କରିବା ପାଇଁ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, କାର୍ଯ୍ୟକାରୀ ସଭାପତି ରଘୁନନ୍ଦନ ପଣ୍ଡା,ସମ୍ପାଦକ ଗୌତମ ପଧାନ, ବରିଷ୍ଠ ସଦସ୍ୟ ଇନ୍ଦ୍ରମଣି ପଧାନ ପ୍ରମୂଖ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ