ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଭବାନୀ ଫିଲଡ ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ବିବତ୍ସ ପାଣିଗ୍ରାହୀ ଙ୍କର 81 ବର୍ଷ ବୟସରେ ଗତକାଲି ରାତିରେ ବୁର୍ଲା ଭୀମସାର ରେ ଚିକିତ୍ସା ଧୀନ ଅବସ୍ଥା ରେ ଦେହାନ୍ତ ହୋଇଯାଇଛି l ସ୍ବର୍ଗତ ପାଣିଗ୍ରାହୀ ଛାତବର ଗ୍ରାମର ମୂଳ ନିବାସୀ ତଥା ସ୍ବର୍ଗତ ମୀନକେତନ ଓ ପଦ୍ମାଳୟା ଙ୍କର ଦ୍ଵିତୀୟ ପୁତ୍ର ଥିଲେ l ଜିଲ୍ଲା ର ବିଭିନ୍ନ ଯୋଗାଣ ବିଭାଗ, କ୍ରୀଡା ବିଭାଗ ଓ ଜୁଯୁମୁରା ବ୍ଲକ କାର୍ଯ୍ୟାଳୟ ରେ ବିଭିନ୍ନ ପ୍ରମୁଖ ଦାୟିତ୍ୱ ରେ ରହି ସୁଚାରୁ ରୂପେ ନିଜ କାର୍ଯ୍ୟ ସମ୍ପାଦନ କରି ବିଭାଗୀୟ କର୍ତୃପକ୍ଷ ତଥା ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଥିଲେ l
ସ୍ବର୍ଗତ ପାଣିଗ୍ରାହୀଙ୍କ ବିୟୋଗରେ ଛତାବର ଗ୍ରାମ ତଥା ଧନୁପାଲି ଅଂଚଳରେ ଶୋକର ଛାୟା ଖେଳିଯାଉଛି l ସମ୍ବଲପୁର ରାଜଘାଟ ରେ ଆଜି ତାଙ୍କର ମରଶରୀର ର ଅନ୍ତେଷ୍ଟି କ୍ରିୟା ଧର୍ମୀୟ ରୀତି ମତେ ସମ୍ପନ୍ନ ହୋଇଯାଇଛି l ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ପ୍ରସାଦ ପାଣିଗ୍ରାହୀ ମୁଖାଗ୍ନି ଦେଇଥିବା ବେଳେ, ସ୍ବର୍ଗତ ପାଣିଗ୍ରାହୀ ଙ୍କର ବଡଭାଇ ଶ୍ରୀବତ୍ସ ପାଣିଗ୍ରାହୀ, ସାନ ଭାଇ ଗୀତିକାର ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ପୁତୁରା ବରିଷ୍ଠ ଆଇନଜୀବୀ ଲକ୍ଷ୍ମଣ ପାଣିଗ୍ରାହୀ, ବିଜେପି ର ବରିଷ୍ଠ ନେତା, ସାନଜସେବୀ ସୂର୍ଯ୍ୟ ପାଣିଗ୍ରାହୀ, ନିଶିଥ ପାଣିଗ୍ରାହୀ,ଜ୍ୱାଇଁ ଦୁଷ୍ମନ୍ତ ପାଣିଗ୍ରାହୀ, ନୃତ୍ୟ ଗୁରୁ ମହେଶ ପଟେଲ, ବିମଲ ପାଣିଗ୍ରାହୀ ତଥା ଛତାବର ଗ୍ରାମ, ଧନୁପାଲି ତଥା ସମ୍ବଲପୁର ର ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ l
ବିବତ୍ସ ପାଣିଗ୍ରାହୀଙ୍କ ଦେହାନ୍ତ
