ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ଚାଲିଛି ଜେରା

ଭୁବନେଶ୍ୱର: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ଜମି ଦୁର୍ନୀତି ମାମଲାରେ ପ୍ରୟାସକାନ୍ତିଙ୍କୁ ପଚରାଉଚୁରା କରିବେ ଇଡି ଅଧିକାରୀ । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ବିଧାୟକଙ୍କୁ ଇଡି ଆଠ ଘଂଟା ଧରି ଜେରା କରିଥିଲା ଇଡି । ଉଭୟ ବାପ ଓ ପୁଅଙ୍କୁ ହାଜର ହେବା ପାଇଁ ଇଡି ଫେବୃଆରୀ ୧୭ରେ ସମନ ଜାରି କରିଥିଲା ।
ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ ପ୍ରଫୁଲ୍ଲ ସାମଲ । ଆଉ ଫେବୃଆରୀ ୨୮ରେ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ । କିନ୍ତୁ ପ୍ରୟାସକାନ୍ତି ହାଜର ହୋଇ ନ ଥିଲେ । ଆଜି ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଏବଂ ତାଙ୍କୁ ପଚରା ଉଚୁରା ଜାରି ରହିଛି । ତେବେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ପଛରେ କାହାର ଷଡଯନ୍ତ୍ର ଥାଇପାରେ ବୋଲି କହିଥିଲେ ପ୍ରଫୁଲ୍ଲ ସାମଲ । ତାଙ୍କୁ ଫସାଇବା ଏମିତି କରାଯାଉଛି ଏବଂ ସେ ନିରବ ବସିବେ ନାହିଁ ବୋଲି ଭଣ୍ଡାରୀପୋଖରୀ ବିଧାୟକ କହିଥିଲେ ।
ସୂଚନାଯୋଗ୍ୟ, ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଚଢଉ କରିଥିଲେ । ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଏହି ଚଢଉ ହୋଇଥିଲା । ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢାଉ କରିଥିଲା । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରିଥିଲେ । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଥିଲା । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଥିଲା।
ସେହିପରି ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ଚଢଉ କରିଥିଲା । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଥିଲା ।