Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍ ଏନ୍ ଏସ କୁଚିଣ୍ଡା ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟଗ୍ରାମ ‘ଡିମିରିମୁଣ୍ଡା’ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ସହ ପଞ୍ଚାୟତିରାଜ ଦିବସ ପାଳନ

ଜମନକିରା : ଏନ୍ ଏନ୍ ଏସ କୁଚିଣ୍ଡା ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟଗ୍ରାମ ‘ଡିମିରିମୁଣ୍ଡା’ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ସହ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। NSS ପ୍ରୋଗ୍ରାମ ଅଫିସର ସୁଶ୍ରୀ ବେଳମତି କୁମୁରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିମିରିମୁଣ୍ଡା ସରପଞ୍ଚ ପ୍ରହଲ୍ଲାଦ ଧରୁଆ, ମୁଖ୍ୟ ବକ୍ତା ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ବାବୁନି ମହାନ୍ତି, ପରାମର୍ଶଦାତା ସଦସ୍ୟ ମଳୟ ବେହେରା ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଜୀବନୀ ତଥା ବିରତ୍ଵ ଓ ସାହସିକତାର ବିଷୟରେ ବକ୍ତବ୍ୟ ରଖିଥିଲେ। କୁଚିଣ୍ଡା ମହାବଦ୍ୟାଳୟରୁ ସ୍ବେଚ୍ଛାସେବୀ ମାନେ ଡିମିରିମୁଣ୍ଡା ଯାଇ ଗ୍ରାମବାସୀଙ୍କ ସହିତ ମିଶି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ବାମଣ୍ଡା କୁସୁମର ସ୍ରଷ୍ଟା କୁସୁମ ମହାକୁଲ ଓ ମିତା ବେହେରା, ନରେନ୍ଦ୍ର ପଳେଇ, ବାବୁଲୁ ପଲେଇ, ଆକାଶ ମହାକୁଲ, ଜିତୁ ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ବାମଣ୍ଡା କୁସୁମ ଉତ୍ପାଦକ ଗୋଷ୍ଠୀ, ମା ଦୁର୍ଗା, ଜୟ ମାତାଦି, ମା ପାର୍ବତୀ, ମା ସରସ୍ଵତୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। NSS ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ମୁକ୍ତେଶ୍ଵର କିସାନ, ଲିପୁନ ବଢ଼େଇ, ରୂପାଲି ପଣ୍ଡା,ରାକ୍ଷୀ ଅର୍କ ଆଦି ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ