Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଧନୁଯାତ୍ରାର ତୃତୀୟ ଦିବସ :ଗୋପପୁରରେ ନନ୍ଦୋତ୍ସବ,ପୁତନା ବଧ:ମଥୁରା ନଗରୀରେ କଂସଙ୍କ ମନ୍ତ୍ରଣା, କୃଷ୍ଣ ବଳରାମଙ୍କ ଗୋପପୁର ଭ୍ରମଣ

ସମ୍ବଲପୁର,ତା ୦୮।୦୩: ଦିନ ଯେତିକି ଗଡୁଛି ସେହି ପରିମାଣରେ ସମ୍ବଲପୁରୀ ଧନୁଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ସତିକି ଉତ୍ସାହ ବଢ଼ୁଛି। ଆଜି ଏଥିପାଇଁ ଗୋପପୁର (ଚାଉଁରପୁର) ଉତ୍ସବ ମୁଖର ହୋଇଛି। ସକାଳ ୧୦ ଟାରୁ ଆରମ୍ଭ ହୋଇଥିବା ଗୋପପୁରରେ ନନ୍ଦୋତ୍ସବ ପାଳନ ହେବା ସହ ପୁତନା ବଧ ହୋଇଛନ୍ତି।କଳାକାର ମାନଙ୍କ ଏହି ନାଟ୍ୟ ଅଭିନୟ ଖୁବ୍ ଚିତ୍ତାକର୍ଷକ ହୋଇଥିଲା। ସଂକିର୍ତ୍ତନ ସହ ହଜାର ହଜାର ଦର୍ଶକଙ୍କ ଗହଣରେ ଆଜି ଗୋପପୁର ଲୋକାରଣ୍ୟରେ ପରିଣତ ହୋଇଥିଲା। ଅପରାହ୍ନରେ କୃଷ୍ଣ ବଳରାମ ଗୋପପୁରରୁ ପରିଦର୍ଶନରେ ବାହାରି ଟିହିକି ପାଲି,ବଗବିରା,ସେହ୍ନାପାଲି,ସାହାଜ ବାହାଲ,ବ୍ରହ୍ମପୁରା,ଝାରମୁଣ୍ଡା,ବଡସିଂହାରି ପ୍ରଭୃତି ଗ୍ରାମ ପରିଦର୍ଶନ କରି ଗୋପପୁର ଫେରି ଛନ୍ତି।ଏହି ପରିଦର୍ଶନଷମୟରେ ଗାଁ ଗାଁରେ କୃଷ୍ଣ ବଳରାମଙ୍କୁ ଘରେ ଘରେ ପୂଜାର୍ଚନା କରାଯାଇ ଉଜ୍ଜସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମକୁ ଗଣେଷ ମହତ୍ତମ,ସୁଶାନ୍ତ ପଣ୍ଡା,ଆଲ୍ଲାଦ ମେହେର,ପିତ୍ରୁ ରାଉତଙ୍କ ସମେତ ସଂପୂର୍ଣ୍ଣ ଗ୍ରାମବାସୀ ସହଯୋଗର ହାତ ବଢାଇଥିଲେ।ଅନ୍ୟପଟେ ମଥୁରା ନଗରୀରେ ମହାରାଜ କଂସ ଗୋଲବଜାର, ଲକ୍ଷ୍ମୀ ଟକିଜ,ହସପିଟାଲ ଛକ, ମୁଦିପଡା,ଗେଟିଟକିଜ୍ ପ୍ରଭୃତି ଅଞ୍ଚଳ ଯାଇ ମଥୁରାବାସୀଙ୍କ ସୁଖ ଦୁଃଖ ବୁଝି ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା କରିବା ସହିତ କିଛି ପ୍ରଜାଙ୍କୁ ସହସ୍ରାଧିକ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିବା ଭଳି ଦୃଶ୍ୟ ଦର୍ଶକଙ୍କ ମନରେ ରୋଚକ ଭରିଦେଇଥିଲା।ଏହାକୁ ଲଲିତ ମୋହନ ବେବର୍ତ୍ତା ଓ ଜୟକୃଷ୍ଣ ବେହେରା ପରିଚାଳନା କରିଥିଲେ।
ସନ୍ଧ୍ୟାରେ ମଥୁରା ନଗରୀ ଚଳଚଞ୍ଚଳ ହୋଇ ଉଠିଥିଲା।ଗୋପପୁରରେ ପୁତନା ବଧ ଖବର ପାଇ କଂସଙ୍କ ଗୁପ୍ତମନ୍ତ୍ରଣା ନାଟ୍ୟ ରୂପାନ୍ତର ହୃଦୟ ବିଦାରକ ହୋଇ ଦର୍ଶକଙ୍କ ମନ ମୋହି ନେଇଥିଲା। ଏପରିକି ମଥୁରା ମଗରୀରେ ରଙ୍ଗସଭା ରେ ସମ୍ବଲପୁରୀ ନୃତ୍ୟ ଗୀତରେ ନୃତ୍ୟାଙ୍ଗନା ଆସର ଖୁବ ମନଛୁଆଁ ଓ ଆକର୍ଷଣୀୟ ହୋଇ ଉଠିଥିଲା।କୃଷ୍ଣଚନ୍ଦ୍ର ବାଗଙ୍କ ନେତୃତ୍ୱରେ ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ ହୋଇଥିଲା।ଆଜି ରାଜ ଅତିଥି ଭାବେ ସମ୍ବଲପୁର ମ୍ୟୁନିସିପାଲଟିର ପୁର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ ସିଦ୍ଦାର୍ଥ ସାହା ଯୋଗଦେଇ ସମ୍ବଲପୁର ଧନୁଯାତ୍ରାର ଉଚ୍ଚ ପ୍ରଶଂସା କରି ଏଥିପାଇଁ ନିଜର ସହଯୋଗ ସହିତ ଜନସାଧାରଣଙ୍କ ସହଯୋଗ କାମନା କରି ନିଜ ସମ୍ବଲପୁର ଭାଷା ସଂସ୍କୃତିକୁ ଉଜ୍କୀବିତ କରିବାକୁ କହିଥିଲେ।ଏହି ଅବସରରେ ସମ୍ବଲପୁର ସହରରେ ସମାଜ ସେବା ପାଇଁ ସିଦ୍ଦାର୍ଥ ସାହାଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସଭାପତି ସଞ୍ଜୟ ବାବୁ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମକୁ ଡା.ରାଜାରାମ ଷଡଙ୍ଗୀ ଓ ସତ୍ୟ ସାହୁ ସଂଯୋଜନା କରିଥିଲେ। ଶେଷରେ ସାଧାରଣ ସଂପାଦକ ଗୁଣ ରଞ୍ଜନ ସାଲିମା ଧନ୍ୟବାଦ ଅର୍ପଣ କରିଥିଲେ। ବବଲୁ ବାଗଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ସମ୍ବଲପୁରୀ ଧନୁଯାତ୍ରା ଦିନକୁ ଲୋକପ୍ରିୟ ହେବା ସହିତ ସମାଜରେ ଆଦୃତ ହେବାରେ ଲାଗିଛି। ଆଜି ମହାଶିବ ରାତ୍ରି ଉତ୍ସବ ଥାଇବି ଗୋପପୁର ଓ ମଥୁରାନଗରୀରେ ସହସ୍ରାଧିକ ଦର୍ଶକଙ୍କ ଭିଡ ଜମିଥିଲା। ସବୁଠୁ ବଡ ଖୁସୀ ଓ ଆନନ୍ଦର ବିଷୟ ଏହା ଯେ ଗୋପପୁର ଅଞ୍ଚଳର ପାଖାପାଖି ୧୦ ଗ୍ରାମରେ ନନ୍ଦତ୍ସୋବ ଧନୁଯାତ୍ରା ପାଇଁ ନିଶା ଦ୍ରବ୍ୟ ଓ ଆମିଷ ସେବନକୁ କଡାକଡି ପାଳନ କରି ଗୋପପୁର ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ