ବୀରମହାରାଜପୁର ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବ୍ଲକ ସଭା ଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି l ସ୍ଥାନିୟ ତାଲୁକ ଆଇନ ସେବା କମିଟି ଆନୁକୁଲ୍ୟରେ ପାଳିତ ହୋଇଥିବା ଉକ୍ତ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ଯକ୍ରମରେ ଆଇନଜିବୀ ଯତୀନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ I ବୀରମହାରାଜପୁର ତାଲୁକ ଆଇନ କମିଟି ଅଧ୍ୟକ୍ଷ ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସ୍ଥାନିୟ ଏସ୍ ଡି ଜେ ଏମ୍ ରାଜଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟତମ ଅତିଥିଭାବେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଡାକ୍ତର ପ୍ରଣବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନେ ମହିଳା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ମତବ୍ୟକ୍ତ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ I ବୀରମହାରାଜପୁର ବି ଡି ଓ ପ୍ରିୟଦର୍ଶିନୀ ମିର୍ଦ୍ଧା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I