Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ନାରୀ ଶକ୍ତି ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୁଚିଣ୍ଡା ଉପଖଣ୍ଡ କୁଲେଇଗଡ଼ ଖେଳ ପଡିଆରେ ପଂଚାୟତ ସ୍ତରୀୟ ମହିଳା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତଯୋଗୀତା କୁ ସବୁଜ ପତାକା ଦେଖାଇ ଶିକ୍ଷାବିତ ସୁବାସ ଚନ୍ଦ୍ର କରିଥିଲେ। ଏଥିରେ ବୁଦୁଲାପାଲି, ପୁରୁଣାପାଣି, କୁଡାପଡା, ଗୟାମାଳ ଆଦି ଗ୍ରାମରୁ ଶତାଧିକ କ୍ରୀଡା ପ୍ରେମୀ ଉପସ୍ଥିତ ଥିଵା ବେଳେ ପ୍ରତିଯୋଗିତାରେ ପଚିଶ ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରାଣୀମିତ୍ର ଜିତେନ୍ଦ୍ରି କିସାନ ପ୍ରଥମ, ସିଆରପି ଜନନୀ କିସାନ, ଦ୍ଵିତୀୟ ଏବଂ କୃଷିମିତ୍ର ନମିତା ଷଣ୍ଢ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ଏହାପରେ ୱାର୍ଡ ସଭ୍ୟା ସରୋଜ ମେହେରଙ୍କ ସଭାପତିତ୍ୱ ଓ ସ୍ବେଛାସେବି ପୁଷ୍ପାଞ୍ଜଳି ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଶ୍ରୀ ସୁବାସ ନାୟକ ସିଲ ଓ କପ ଏବଂ ଟି-ଶାର୍ଟ ଦେଇ ପୁରସ୍କୃତ କରିଥିଲେ। କାଯ୍ୟକ୍ରମକୁ କିରଣ ପ୍ରିୟା ପୋଢ଼, ମିନା ମହାନନ୍ଦିଆ, ପଙ୍କଜିନୀ ଛଞ୍ଚାନ ଓ ମନ୍ଦାକିନୀ ମେହେର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ