Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ମୁତିରେଖା ସାହିତ୍ୟ ସଂସଦର ନବମ ବାର୍ଷିକତ୍ସବ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜମନକିରା : ଦେବଗଡ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସ୍ମୁତିରେଖା ସାହିତ୍ୟ ସାଂସଦର ନବମ ବାର୍ଷିକତ୍ସବ ଉପଲକ୍ଷେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଅନୁଷ୍ଠାନର ସଭାପତି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନାରାୟଣ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅବସରପ୍ରାପ୍ତ ରାଜ୍ୟ ପୁରସ୍କୃତ ଶିକ୍ଷକ ଫକୀର ମୋହନ ଦେହୁରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ଦେବଗଡ ସଦସ୍ୟ ଡ.ଭାରତ ଭୂଷଣ ନନ୍ଦ ମୁଖ୍ୟଅତିଥି ଏବଂ ଆଦର୍ଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ବିଜୟ କୁମାର ମହାରଣା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଉତ୍ସବରେ ପ୍ରତ୍ୟେକ ବର୍ଷ ପରି ରାଜ୍ୟର ଚାରି ଜଣ ବିଶିଷ୍ଟ ବ୍ୟକ୍ତତ୍ଵ ଯଥାକ୍ରମ ବାମଣ୍ଡା ଅଂଚଳର ବହୁମୁଖୀ ପ୍ରତିଭା ଧାରୀ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ରାଜକବି ଓ ସୁଶାସକ ରାଜ ବାସୁଦେବ ସୁଢଳ ଦେବଙ୍କ ସ୍ମୁତିରେ ବୁଧ ହଂସ କେଳିସର ସମ୍ମାନ ପ୍ରଦାନ କରା ଯାଇଥିଲା। ମୟୁରଭଞ୍ଜ ର ଶିଶୁ ସାହିତ୍ୟିକ ଡ. କୁମାର ବାବୁଲି, କେନ୍ଦୁଝରର ସାହିତ୍ୟ ସଂଗଠକ ବାବୁଲାଲ ପଲେଇ ଓ ଦେବଗଡର ସାଧୁ ଭାତୃ କୁମାର ପ୍ରଫୁଲ୍ଲ ଙ୍କୁ ବିଜ୍ଞାନ ବିନୋଦ ସମ୍ମାନ ପ୍ରଦାନ ପୂର୍ବକ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି ଅବକାଶରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଟିକେଶ୍ୱର ସାହୁଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ଅବସରପ୍ରାପ୍ତ ରାଜ୍ୟ ପୁରସ୍କୃତ ବିଜ୍ଞାନ ଶିକ୍ଷକ ଉଦୟ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଗଣ ଅନୁଷ୍ଠାନର ମୁଖପତ୍ର ସ୍ମୁତିରେଖା ଓ ଫକୀର ମୋହନ ଦେହେରିଙ୍କ ଲିଖିତ ବିଶିଷ୍ଟ ଦିବସ ପୁସ୍ତକ ଦ୍ବୟ କୁ ବୈଠକରେ ଉନ୍ମୋଚନ କରାଯାଇଥିଲା। ଅତିଥିଗଣ ତାଙ୍କ ଅଭିଭାଷଣରେ ଅତୀତ ବାମଣ୍ଡାର ପ୍ରଗତିଶୀଳ ସାରସ୍ୱତ ଆନ୍ଦୋଳନ କୁ ସ୍ମୁତି ଚାରଣ କରି ତାଙ୍କର ଉପଯୁକ୍ତ ଦାୟାଦ ହେବାକୁ ଆହ୍ୱାନ ଦେଇଥିଲେ।ଶେଷରେ ଅରୁଣ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ